ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଧକ୍କା ଦେଲା ଗ୍ୟାସ୍‌ ଟ୍ୟାଙ୍କର, ୪ ମୃତ ୩ ଗୁରୁତର

ଅନୁଗୁଳ: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକାବେଳକେ ଚାଲିଗଲା ୪ ଜଣଙ୍କର ଜୀବନ। ଆମ୍ବୁଲାନ୍ସରେ ଡ଼ାକ୍ତରଖାନା ଯାଉଥିଲା ବେଳେ ଅଧା ବାଟରେ ଜଗିବସିଥିଲା ଯମ। ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥ  ଜରପଡ଼ା ଠାରେ ଦେଖିବାକୁ ମିଳିଛି। ଆମ୍ବୁଲାନ୍ସକୁ ଗ୍ୟାସ୍‌ ଟ୍ୟାଙ୍କର ଧକ୍କା ଦେବା ଫଳରେ ଏଭଳି ଘଟିଥିବା ସୂଚନା ମିଳିଛି।

 

ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।  ସୂଚନା ଅନୁଯାୟୀ ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ ବୁର୍ଲାରୁ କଟକ ଅଭିମୁଖେ ଯାଇଥିଲା । ଏହି ସମୟରେ ସାମ୍ନାପଟୁ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା ଗ୍ୟାସ୍‌ ଟ୍ୟାଙ୍କର। ତେବେ ଘଟଣା ସ୍ଥଳରେ ସମସ୍ତଙ୍କୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Leave a Reply