spot_img

Latest Posts

ଅଟୋ ଉପରେ ମାଡିଗଲା ପରେ ପଥଚାରୀଙ୍କୁ ପିଟିଲା ଟ୍ରକ, ୪ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା। କମ୍ରାଗତ ଦୁଇଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩ ଗୁରୁତର ଅଛନ୍ତି। ସୂଚନା ଅନୁସାରେ, ଆଜି ସକାଳୁ ଏକ ଟ୍ରକ ତିରିଂ ଥାନା ବାଗଡେଗା ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋର ଡ୍ରାଇଭର ସମେତ ଅଟୋରେ ବସିଥିବା ସ୍ୱାମୀ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଜଣେ ଆହତଙ୍କୁ ତିରିଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସେହି ଟ୍ରକଟି ଦ୍ରୁତ ଗତିରେ ଆସି ବଡଡାଳିମା ନିକଟରେ ପ୍ରାତଃ ଭ୍ରମଣରେ ଥିବା ଜଣେ ବ୍ୟକ୍ତିଙ୍କ ଉପରେ ମାଡିଯାଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ତିରିଂ ପୋଲିସ ଘଟଣାର ତଦନ୍ତ କରୁଛି।

Latest Posts

Don't Miss