spot_img

Latest Posts

ଗଡଚିରୋଲିରେ ପୋଲିସ ଏନକାଉଣ୍ଟର, ନିପାତ ହେଲେ ୪ କୁଖ୍ୟାତ ମାଓବାଦୀ

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ପୋଲିସର ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିପାତ ହୋଇଛନ୍ତି। ନିପାତ ହୋଇଥିବା ଚାରି ନକ୍ସଲଙ୍କୁ ଧରାଇ ଦେବାକୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର। ଗଡଚିରୋଲି ଏସପିଙ୍କ ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ହମଲା କରିବା ଉଦ୍ଦେଶ୍ୟରେ ତେଲଙ୍ଗାନାରୁ କିଛି ନକ୍ସଲମାନେ ଗଡଚିରୋଲିରେ ପ୍ରବେଶ କରିଥିଲେ।

ଏନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଥିଲା। ୬୦ ଜଣ କମାଣ୍ଡ, ଗଡଚିରୋଲିର ଏକ ସ୍ୱତନ୍ତ୍ର ୟୁନିଟ୍ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର କୁଇକ୍ ଆକ୍ସନ୍ ଟିମକୁ ସେଠାକୁ ପଠାଯାଇଥିଲା। ଆଜି ସକାଳେ ରେପାନପାଲୀ ନିକଟ କୋଲାମାର୍କା ପର୍ବତରେ କମାଣ୍ଡ ଟିମ୍ ସର୍ଚ୍ଚ ଅପରେଶନ କରୁଥିବା ବେଳେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ।

ପରେ କମାଣ୍ଡମାନଙ୍କ ପାଲଟା ଗୁଳିମାଡ଼ରେ ଚାରି ଜଣ ନକ୍ସଲ ନିପାତ ହୋଇଛନ୍ତି। ଗୁଳି ବିନିମୟ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି। ମୃତ ନକ୍ସଲମାନେ ଭର୍ଗୀଶ, ମଗ୍ଟୁ, କୁରସଙ୍ଗ ରାଜୁ ଏବଂ କୁଡିମେଟା ଭେଙ୍କଟେଶ ବୋଲି ପୋଲିସ କହିଛି। ସେମାନଙ୍କଠାରୁ AK-୪୭ ବନ୍ଧୁକ, କାର୍ବାଇନ୍, ଦୁଇଟି ପିସ୍ତଲ ସମେତ ଅନ୍ୟାନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।

Latest Posts

Don't Miss