ଯାଜପୁରରେ ପୁଣି ୪ କରୋନା ସଂକ୍ରମିତ ଚିହ୍ନଟ, ରାଜ୍ୟରେ ମୋଟ କରୋନା ପଜିଟିଭ ମାମଲା ୮୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ । ସମସ୍ତ ୪ ପଜିଟିଭ ଯାଜପୁର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସମସ୍ତ ୪ ପଜିଟିଭଙ୍କ ପଶ୍ଟିମବଙ୍ଗ ସହ ସଂପର୍କ ଥିଲା  । ସେମାନେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଥିଲେ ।

ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ  ମୋଟ ୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୧୨ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି । ଯାଜପୁରରେ ଏବେ ୧୧ଟି ଆକଟିଭ କରୋନା ପଜିଟିଭ ମାମଲା ରହିଛି ।

ଗତକାଲି ଯାଜପୁର ମୁଖ୍ୟ ଚିକିତ୍ସାଳୟର ୩ ଡାକ୍ତର ଓ ୧୯ଜଣ ନର୍ସ ଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଥିଲା । ରାଜ୍ୟରେ ମୋଟ କରୋନା ସଂକ୍ରମିତ ୮୭କୁ ବୃଦ୍ଧି ।

 ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କ ପରିବାର ସଦସ୍ୟ । ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ । ଜଣଙ୍କ ବୟସ ୪୮, ଅନ୍ୟ ଜଣ ୭୦ ଓ ତୃତୀୟ ମହିଳାଙ୍କ ବୟସ  ୮୦ ବର୍ଷ । ଆକ୍ରାନ୍ତ ପୁରୁଷଙ୍କ ବୟସ ୨୧ ବର୍ଷ ।   

Leave a Reply