କାଳୀପୂଜା ଯିବା ବାଟରେ ଛକିଥିଲା କାଳ, ଚାଲିଗଲା ୪ ଜଣଙ୍କ ଜୀବନ

କେନ୍ଦୁଝର: କାଳୀପୂଜା ଯିବା ବାଟରେ ଛକିଥିଲା କାଳ । କେନ୍ଦୁଝର ଜିଲ୍ଲା ବଡପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର, ଟ୍ରକ ମୁହାଁମୁହିଁ ଧକ୍କାରେ ୪ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର । ଗୁରତର ଡ୍ରାଇଭରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଘଟଗାଁର ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ପ୍ରକାଶ ଚନ୍ଦ୍ର ନାୟକ ।

କାଳୀପୂଜା ମୀନାବଜାର ବୁଲିବାକୁ ପିପିଳିଆରୁ ଏକ ବ୍ରେଜା କାରରେ ପିଲିଳିଆ ଗ୍ରାମର ନରୋତ୍ତମ ସିଂ, ହୃଷି ସିଂ, ଚିତ୍ତରଞ୍ଜନ ନାୟକ ଓ ବୃଦ୍ଦାବନପୁର ଗ୍ରାମର ପ୍ରକାଶ ଚନ୍ଦ୍ର ନାୟକ କେନ୍ଦୁଝର ଯାଉଥିବାବଳେ ବଡ଼ପଶି ନିକଟରେ ଘଟିଛି ଦୁର୍ଘଟଣା । ସାମନା ପଟୁ ଆସୁଥିବା ଏକ ହାଇଓ୍ବା କାର ଉପରେ ଚଢିଯିବା ଯୋଗୁଁ ଘଟଣା ସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହସପିଟାଲ ନେବା ବାଟରେ ଜଣକର ମୃତ୍ୟୁ ହୋଇଛି ।

ଆହତ ଡ୍ରାଇଭରଙ୍କ ମେଡିକାଲରେ ଗୁରୁତର ଅବସ୍ଥରେ ଚାଲିଛି ଚିକିତ୍ସା । ତେବେ ତାଙ୍କର ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି କାରକୁ କାଟି ମୃତଦେହ ଓ ଆହତଙ୍କୁ ଉଦ୍ଧାର କରିଥିଲେ ।