spot_img

Latest Posts

ମହଙ୍ଗା ପଡିଲା ଅଧ୍ୟାପିକାଙ୍କୁ ହ୍ୱିସିଲ୍ ମାରିବା, ଛେଚା ଖାଇଲେ ୪୦ ଛାତ୍ର

ଫତେହାବାଦ: ହରିୟାଣାର ଫତେହାବାଦ ଜିଲ୍ଲାରେ ଜଣେ ଛାତ୍ରଙ୍କ ଦୁଷ୍ଟାମୀ ପାଇଁ ପୂରା କ୍ଲାସକୁ ଦଣ୍ଡ ଭୋଗିବାକୁ ପଡିଛି। ଖାଲି ଏତିକି ନୁହେଁ ଭୁଲ୍ ପାଇଁ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯାେଗ ହୋଇଛି। ଯାହାକୁ ନେଇ ପିଲାଙ୍କ ସମ୍ପର୍କୀୟମାନେ ପୋଲିସରେ ଏତଲା ମଧ୍ୟ ଦେଇଛନ୍ତି । ମାମଲାକୁ ଆଧାର କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଜାଣନ୍ତୁ କ’ଣ ଥିଲା ପୂରା ଘଟଣା?

ଛାତ୍ରମାନଙ୍କ କହିବାନୁଯାୟୀ, ସକାଳ ସମୟରେ ଯେତେବେଳେ ଅଧ୍ୟାପିକା ଜଣକ କ୍ଲାସରୁମକୁ ପ୍ରବେଶ କରିଥିଲେ, ସେତେବେଳେ ପଛରେ ବସିଥିବା ଜଣେ ଛାତ୍ର ହ୍ୱିସଲ ମାରିଥିଲେ । ଯେଉଁ ଘଟଣାକୁ ଆଧାର କରି ଅଧ୍ୟାପିକା ପିଟିଆଇ ରଜନୀ, କମ୍ପ୍ୟୁଟର ଆଟେଣ୍ଡାଣ୍ଟ୍ ମାଗେରାମ ଏବଂ ଶିକ୍ଷକ ଚରଣଜିତ ସିଂ ପିଲାମାନଙ୍କୁ ବାଡ଼ିରେ ନିର୍ଦ୍ଦୟ ଭାବରେ ପିଟିବା ଆରମ୍ଭ କରିଥିଲେ। ଯାହା ଫଳରେ ଅନେକ ପିଲା ଆହତ ହୋଇଥିଲେ।

ତେବେ ଅଧ୍ୟାପକ ମାନେ ସେମାନଙ୍କ କୗେଣସି କଥା ନଶୁଣି ମାଡ ମାରିଥିଲେ ବୋଲି ଛାତ୍ର ମାନେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ଗୁରୁ ଦିବସର ଗୋଟିଏ ଦିନ ପରେ ଘଟିଥିବା ଜଣାପଡିଛି । ହରିୟାଣାର ତୋହାନା ସ୍ଥିତ ସରକାରୀ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ଛାତ୍ରଙ୍କ ଦୁଷ୍ଟାମୀ ପାଇଁ ପୂରା କ୍ଲାସକୁ ଦଣ୍ଡ ଭୋଗିବାକୁ ପଡିଥିଲା । ତେବେ ଏହାକୁ ନେଇ ଛାତ୍ରଙ୍କ ଗହଣରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି ।

 

Latest Posts

Don't Miss