spot_img

Latest Posts

୨୧ ଦିନରେ ୪ ହଜାର ୨୬୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍

ଭୁବନେଶ୍ୱର: ସାବାଡ଼ ହେଉନାହାଁନ୍ତି ଅମାନିଆ । ପିଉଛନ୍ତି ମଦ, ଚଢ଼ୁଛନ୍ତି ଗାଡ଼ି, ମୋଡ଼ୁଛନ୍ତି ଆକ୍ସିଲେଟର । ଭୁବନେଶ୍ୱରର ଆରଟିଓ ୧ ଓ ୨, କଟକ, ସମ୍ବଲପୁର, ରାଉରକେଲା ଆରଟିଓରେ ବିଗତ ୨୧ ଦିନ ମଧ୍ୟରେ ସର୍ବାଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଛି । ମଦପିଇ ଗାଡ଼ି ଚାଳନା ପାଇଁ କାହା ଲାଇସେନ୍ସ ବାତିଲ୍ ହୋଇଥିବା ବେଳେ ଅତ୍ୟଧିକ ସ୍ପିଡରେ ଗାଡ଼ି ଚଳାଇବା, ଟ୍ରାଫିକ୍ ରେଡ୍ ଲାଇଟ୍ ନମାନିବା, ଗାଡ଼ି ଚାଳନା ବେଳେ ଫୋନ୍ ବ୍ୟବହାର କରିବା, ମାଲବାହୀ ଗାଡ଼ିରେ ଓଭରଲୋଡ୍ କିମ୍ବା ଯାତ୍ରୀ ପରିବହନ ଏବଂ ହେଲମେଟ ନପିନ୍ଧିବା ଯୋଗୁଁ ଡିଏଲ୍ ୩ ମାସ ଲାଗି ବାତିଲ୍ ହୋଇଛି ।

ଭୁବନେଶ୍ୱର ଆରଟିଓ-୧ରେ ୬୫୪ଟି ଡିଏଲ୍ ବାତିଲ୍ ହୋଇଥିବା ବେଳେ ଭୁବନେଶ୍ୱର ଆରଟିଓ-୨ରେ ୫୪୮ଟି, କଟକ ଆରଟିଓରେ ୫୩୭ଟି, ସମ୍ବଲପୁର ଆରଟିଓରେ ୪୧୦ଟି ଏବଂ ରାଉରକେଲା ଆରଟିଓରେ ୨୭୯ଟି ଡିଏଲ୍ ବାତିଲ୍ ହୋଇଛି । ରାଜ୍ୟ ପରିବର୍ତ୍ତନ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁସାରେ ଶିକ୍ଷିତ ସହରରେ ଗାଡ଼ି ଚାଳକ ଅଧିକ ବେପରୁଆ । ଅର୍ଥାତ୍ ଯେତେ ଶିକ୍ଷିତ, ସେତେ ନିୟମ ମାନୁନାହାଁନ୍ତି ।

4267 DLs  suspended from 1st to 21st Jan

ମଦ ପିଇ ଗାଡ଼ି ଚାଳନା ଲାଗି ୭୮ ଜଣଙ୍କ ଡିଏଲ୍ ବାତିଲ୍ ହୋଇଥିବା ବେଳେ ସିଲ୍ଟ ବେଲ୍ଟ ବାନ୍ଧିନଥିବା ଯୋଗୁଁ ୩୨ ଜଣଙ୍କ, ୨ ଚକିଆ ଯାନରେ ହେଲମେଟ ପିନ୍ଧି ନଥିବା ପାଇଁ ୨ ହଜାର ୬୮୮ ଜଣଙ୍କ, ମାଲବାହୀ ଗାଡ଼ିରେ ଓଭରଲୋଡ୍ ପାଇଁ ୬୬ ଜଣଙ୍କ, ମାଲବାହୀ ଗାଡ଼ିରେ ଅଧିକ ଲୋକ ପରିବହନ ପାଇଁ ୪୦ ଜଣଙ୍କ, ଓଭରସ୍ପିଡ୍ ପାଇଁ ୭୨୮ ଜଣଙ୍କ, ଟ୍ରାଫିକ୍ ସିଗନାଲ ନମାନିବା ପାଇଁ ୯୯ ଜଣଙ୍କ, ଡ୍ରାଇଭିଂ ବେଳେ ଫୋନ୍ ବ୍ୟବହାର ପାଇଁ ୨୫୫ ଜଣଙ୍କ ଡିଏଲ୍ ବାତିଲ୍ ହୋଇଥିବା ବେଳେ ଅନ୍ୟ କାରଣରୁ ୨୮୧ ଜଣଙ୍କ ଏହିଭଳି ଜାନୁଆରୀ ୧ରୁ ୨୧ ତାରିଖ ସୁଦ୍ଧା ରାଜ୍ୟରେ ୪ ହଜାର ୨୬୭ ଜଣଙ୍କ ଡିଏଲକୁ ୩ ମାସ ପାଇଁ ବାତିଲ୍ କରାଯାଇଛି ।

Latest Posts

Don't Miss