କାଲି ରାତି ୮ଟାରୁ ବୁଧବାର ରାତି ୮ ଯାଏଁ ପୁରୀରେ କର୍ଫ୍ୟୁ: ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

1 min read

ପୁରୀ: ଦିନକ ପରେ ବାହୁଡ଼ା ଯାତ୍ରା । ପୁରୀ ଏସ୍‌ପି  କେ. ବିଶାଲ ସିଂହ ବଡଦାଣ୍ଡରେ ବୁଲି ଅନୁଧ୍ୟାନ କରିଛନ୍ତି  । ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରେ ଥିବା ଲଜ୍‌, ହୋଟେଲ, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ସହ ଏସ୍‌ପି ଆଲୋଚନା କରିବା ସହ sop ଅନୁପାଳନ ଉପରେ ଗୁରୁତ୍ବ ଦେଇଛନ୍ତି। ଡ୍ରୋନ ମାଧ୍ୟମରେ ମଧ୍ୟ ସର୍ଭେ କରାଯାଉଛି ।

ସେପଟେ ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡା ଯାତ୍ରା ଶୃଙ୍ଖଳିତ କରିବା ନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ଗୁରୁତ୍ୱପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ ଜିଲ୍ଲାପାଳ ଏସଓପିକୁ କଡାକଡି ଭାବେ କିଭଳି ପାଳନ କରାଯିବ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି । ସୋମବାର ରାତି ୮ଟାରୁ ବୁଧବାର ରାତି ୮ ଯାଏଁ ପୁରୀ ସହରରେ କର୍ଫ୍ୟୁ କଟକଣାଯାଇଛି। ବାହୁଡା ଯାତ୍ରାରେ କର୍ଫ୍ୟୁ ନିୟମ ମାନିବାକୁ ପ୍ରଶାସନ ପକ୍ଷରୁ ପୁରୀବାସୀଙ୍କୁ ନିବେଦନ କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଉଲଂଘନ କାରୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାବେଳେ ପର୍ଯ୍ୟାୟକ୍ରମେ ଲଜ୍ ସିଲ୍ କରାଯାଉଛି ଓ ଖିଲାପ କାରୀଙ୍କୁ ନୋଟିସ୍ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି।

ସେପଟେ ଶୃଙ୍ଖଳିତ ଭାବେ ତିନି ରଥର ଦକ୍ଷିଣ ମୋଡ ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ଆସିବା ପରେ ପରମ୍ପରା ଅନୁସାରେ ପ୍ରଥମେ ଦର୍ପଦଳନ ରଥକୁ ଟଣା ଯାଇ ନାକଚଣା ଦ୍ୱାରରେ ଲଗାଯାଇଥିଲା । ପରେ ବଳଭଦ୍ରଙ୍କ ତାଳଧ୍ଵଜ, ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରରେ ଲଗାଯାଇଥିଲା । ବାହୁଡା ପାଇଁ ସୋମବାର ରାତି 8ଟାରୁ ବୁଧବାର ରାତି 8ଟା ପର୍ଯ୍ୟନ୍ତ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘରଗୁଡ଼ିକ ସର୍ଭେ କରାଯିବା ସହ ଭିଡିଓଗ୍ରାଫି ମାଧ୍ୟମରେ ରଖାଯିବ ନଜର। ଘରଛାତ କି ବାଲକୋନି ଉପରୁ କେହି ରଥ ଦେଖିପାରିବେ ନାହିଁ।

Leave a Reply