ରବିବାର ରାତିରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ

ପୁରୀ: ପୁରୀରେ କାଲି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ । ସେପଟେ ତିନିରଥରେ ଆଜି କପଡ଼ା ମଣ୍ଡଣି ହୋଇଛି । ଆସନ୍ତାକାଲି ତିନିରଥକୁ ରଥଖଳାରୁ ସିଂହଦ୍ବାର ସମ୍ମୁଖକୁ ଅଣାଯିବ  । ସେହିପରି ଘୋଷଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରାୟ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।  ୧୦ ଜଣ ଅତିରିକ୍ତ ଏସପି, ୨୧ଜଣ ଡିଏସପି, ୬୪ ଜଣ ଇନସପେକ୍ଟର, ୨୨୨ ଏଏସ୍‌ଆଇ ଏବଂ ଏସ୍‌ଆଇଙ୍କୁ ଦାୟିତ୍ବ ଦିଆ ଯାଇଛି  ।

ସହରରେ ଶାନ୍ତି ଶୃଙ୍କଳା ଦୃଷ୍ଟିରୁ ଅର୍ଥାତ କୋଭିଡ କଟକଣାକୁ ନେଇ ରବିବାର ରାତି ୮ ଟାରୁ କର୍ଫ୍ୟୁ ଲଗାଯିବ  । ଏହି ସମୟରେ ପୁରୀ ପୋଲିସ ପକ୍ଷରୁ କଡ଼ା କଟକଣା ଲାଗୁ କରାଯିବ  । ସେପଟେ ଆଜି ତିନି ରଥରେ କୋଠ ସୁଆଁସିଆ ସେବକ କପଡା ମଣ୍ଡଣି କରିଛନ୍ତି  । ରଥ ଇଞ୍ଜିନିୟରମାନେ ବ୍ରେକ୍‌ ଯାଞ୍ଚ କରିଥିଲେ  । ଚଳିତବର୍ଷ ନବଯୌବନ ନୀତି ପରେ ଦୁଇଦିନ ଧରି ଉଭାଯାତ୍ରା ନୀତି କାନ୍ତି କରାଯାଉଛି  ।  ରଥଖଳାରେ ତିନି ରଥ ଦଣ୍ଡାୟମାନ ହୋଇଥିବା ବେଳେ ଆସନ୍ତାକାଲି ଆଜ୍ଞାମାଳ ବିଜେ ପରେ ତିନିରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ  ।

Leave a Reply