ଦିଗପହଣ୍ଡି: ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ପରିବାରର ଘର ପୋଡ଼ି ଭସ୍ମୀଭୂତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଗଡା ଗ୍ରାମର ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ପରିବାରର ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି । ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହାର କୌଣସି ସୂଚନା ମିଳିନାହିଁ ।

ବିଳମ୍ବିତ ରାତିରେ ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିବାରୁ ଗାଁ ଲୋକ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଖୁବ ଜୋରରେ ନିଆଁ ଲାଗିଥିବାକୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡ ବିଳମ୍ବିତ ରାତି ପ୍ରାୟ ୧୦ଟା ୩୦ ମିନିଟରେ ହୋଇଥିବା ସୂଚନା ରହିଛି ।

Leave a Reply