ମଉଜ ଆଣିଲା ମୃତ୍ୟୁ, ବ୍ରିଜରୁ ଖସି କୂଅରେ ପଡ଼ିଲେ ୫ ସାଙ୍ଗ

ଦିଗପହଣ୍ଡି: ନୂତନ ବର୍ଷର ସନ୍ଧ୍ୟା ଆଣିଦେଇଛି ଦୁଃଖ । ଅକାଳରେ ଝଡ଼ି ଯାଇଛି ୩ ସାଙ୍ଗଙ୍କ ଜୀବନ । ଦିଗପହଣ୍ଡି ଥାନା କୋଟିନଡ଼ା ବ୍ରିଜ୍ ଉପରେ ଦୁର୍ଘଟଣା ହୋଇଛି । ବ୍ରିଜ୍ ତଳେ ଥିବା କୂଅକୁ ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଜିତେନ୍ଦ୍ର ଗୌଡ଼, ସନ୍ତୋଷ ଗୌଡ଼ । ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ ।ନୂଆବର୍ଷରେ ମସ୍ତି ପାଇଁ ରାଇଝୋଳ ଗାଁର ୫ ଜଣ ସାଙ୍ଗ ମିଶିକରି ପଦ୍ମତୋଳା ଗାଁକୁ ଯାଇଥିଲେ । ସାଙ୍ଗଘରେ ହସ ମଜା, ଖିଆପିଆ ପରେ ସନ୍ଧ୍ୟାରେ ୨ଟି ବାଇକରେ ରାଇଝୋଳ ଫେରୁଥିଲେ । ହଠାତ୍ କୋଟିନଡ଼ା ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା ୨ଟି ବାଇକ୍ । ଆଉ ୫ ଜଣ ସାଙ୍ଗ ବ୍ରିଜ୍ ତଳେ ଥିବା କୂଅ ଭିତରକୁ ଖସି ପଡ଼ିଥିଲେ ।ଘଟଣାସ୍ଥଳରୁ ୩ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୨ ଜଣଙ୍କୁ ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ, କେମିତି ଏତେ ବଡ଼ ଦୁର୍ଘଟଣା ଘଟିଲା ଜଣାପଡ଼ିନାହିଁ ।ତେବେ, ନୂଆବର୍ଷରେ ମଉଜ ପାଇଁ ମଦପିଇ ଗାଡ଼ି ଚାଳନା ବେଳେ ବ୍ରିଜରୁ ଖସିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ମସଲା ବାଟିବାକୁ ଗୋଟିଏ ବାଇକରେ ଯାଉଥିଲେ ୩ ସାଙ୍ଗ, ତା’ପରେ…

Leave a Reply