ପାକିସ୍ତାନରେ ହିନ୍ଦୁ ପରିବାରର ୫ଜଣ ସଦସ୍ୟଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ

ଇସଲମାବାଦ: ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଗୋଟିଏ ହିନ୍ଦୁ ପରିବାରର ପାଞ୍ଚ ସଦସ୍ୟ ସନ୍ଦେହ ଜନକ ଭାବେ ମୃତ୍ୟୁ ବରଣ କରିଛନ୍ତି । କୁହାଯାଉଛି ଯେ, ପରିବାରର ୫ଜଣ ସଦସ୍ୟଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗଳା କାଟି ହତ୍ୟା କରାଯାଇଛି । ଏହି ଘଟଣାଟି ମୁଲତାନରେ ରହୀମ ୟାର ଖାନ ସହରରୁ ୧୫ କିଲୋମିଟର ଦୂର ଆବୁଧାବୀ କଲୋନୀରେ ହୋଇଛି ।

ସୂଚନା ଅନୁସାରେ, ପରିବାରର ୫ଜଣ ସଦସ୍ୟଙ୍କ ମର ଶରୀର ସନ୍ଦିଦଗ୍ଧ ଅବସ୍ଥାରେ ମିଳିଛି । ଏହାସହ ଘଟଣା ସ୍ଥଳରୁ ପୋଲିସ ଏକ ଛୁରୀ ସହ ଗୋଟିଏ କୁରାଢୀ ଜବତ କରିଛି । ରହିମ ୟାର ଖାନରେ ସାମଜିକ କାର୍ଯ୍ୟକର୍ତ୍ତା ବୀରବଲ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ରାମ ଚନ୍ଦ୍ର ମେଘବାଲ ହିନ୍ଦୁ ଥିଲେ ଏବଂ ତାଙ୍କ ବୟସ ୩୫ରୁ ୩୬ ବର୍ଷ ମଧ୍ୟରେ ଥିଲା ।

ବୀରବଲ ଦାସଙ୍କ ଅନୁସାରେ ରାମ ଚନ୍ଦ୍ର ମେଘବାଲ ଦୀର୍ଘ ଦିନ ହେବ ଗୋଟିଏ ସିଲେଇ ଦୋକାନ ଚଳାଉଥିଲେ । ଏବଂ ସେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଥିଲେ । ତେଣୁ ସେ ଏକ ହସଖୁସିର ଜୀବନ ଯାପନ କରୁଥିଲେ । ଏବଂ ତାଙ୍କ ମୃତ୍ୟୁର ଏଭଳି ଘଟଣା ଆଶ୍ଚର୍ଯ୍ୟ ଜନକ ।

Leave a Reply