ହିଞ୍ଜିଳିକାଟୁ ଓ ଶେରଗଡ଼ର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ଶୁଣିଛନ୍ତି 5-ଟି ସଚିବ ଭିକେ ପାଣ୍ଡିଆନ

1 min read

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ ଶେରଗଡ଼ର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ଶୁଣିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ସକାଳୁଠୁ ସଂଧ୍ୟା ଯାଏ କରିଛନ୍ତି ମାରଥନ ସମୀକ୍ଷା । ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଶିକ୍ଷାର ବିକାଶ, ଚାଷୀଙ୍କ ଉନ୍ନତି ଓ ହସ୍ପିଟାଲରେ ରୋଗୀଙ୍କ କଥା ଶୁଣିଛନ୍ତି ଫାଇଭ-ଟି ସଚିବ । କ୍ଲାସ ରୁମରେ ଛାତ୍ରଛାତ୍ରୀଙ୍କ ସମସ୍ୟା ହେଉ କିମ୍ବା ମନ୍ଦିରର ଉନ୍ନତି । ସବୁକିଛି ଟିକିନିଖି ବୁଝି ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ।

କେତେବେଳେ ମନ୍ଦିରରେ ଭକ୍ତ ତ କେତେବେଳେ ପିଲାଙ୍କ ଗହଣରେ ଛାତ୍ର । ଲୋକଙ୍କ ଭିଡ଼ ଭିତରେ ବି ସାଧାରଣ ଜନତାଙ୍କ ଭଳି । କଥା ଶୁଣୁଛନ୍ତି, ସମସ୍ୟା ବୁଝୁନ୍ତି । ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକରେ କିଛି ଏମିତି ଅନ୍ଦାଜରେ ନଜର ଆସିଥିଲେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ରାତି ପାହୁ ପାହୁ ପରିବର୍ତ୍ତନର ପୃଷ୍ଠା ଓଲଟାଇବାକୁ ହିଞ୍ଜିଳିକାଟୁରେ ପହଞ୍ଚିଥିଲେ ଫାଇଭ-ଟି ସଚିବ ।

ବୁରୁପଡ଼ା ପଞ୍ଚାୟତର ଶ୍ୟାମଳାଇ ମନ୍ଦିର, ଶେରଗଡ଼ ପିତ୍ତଳ ପଞ୍ଚାୟତର ଉତ୍ତରେଶ୍ବର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ଭିକେ ପାଣ୍ଡିଆନ । ସେହିପରି କରଞ୍ଜେଇ ମନ୍ଦିରରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଖୁବଶୀଘ୍ର ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଫାଇଭ-ଟି ସଚିବ । ଆଧ୍ୟାତ୍ମକିତା ଭିତରୁ ବାହାରି ପିତ୍ତଳ ଯୁକ୍ତ ଦୁଇ କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ହୋଇଥିଲେ କଥା । ଗୋଟି ଗୋଟି କରି ପିଲାଙ୍କ ପାଖରୁ ସମସ୍ୟା ବୁଝିଥିଲେ ଫାଇଭ-ଟି ସଚିବ ।

ସେହପରି ଶେରଗଡ଼ ଆଇଟିଆଇ କଲେଜ ଓ କାମ ଚାଲିଥିବା ନୂତନ ବସଷ୍ଟାଣ୍ଡ ବୁଲି ଦେଖିଲେ ଭିକେ ପାଣ୍ଡିଆନ । ପରେ ପରେ କରଡ଼କଣା ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ । ୬ ମାସ ମଧ୍ୟରେ ଜଗନ୍ନାଥ ମନ୍ଦିରର ବିକାଶ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଶେରଗଡ଼ ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।  ଶେରଗଡ଼ ଜଗନ୍ନାଥ ମନ୍ଦିର ଓ ଝିଙ୍କିରିଆ ଶିବ ମନ୍ଦିର ଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ୍ ।

ଗୋଠଗାଁ ହନୁମାନ ମନ୍ଦିର, ଆଲରିଗଡ଼ ଜଗନ୍ନାଥ ମନ୍ଦିର କରିଥିଲେ ପରିଦର୍ଶନ । ପରେ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ଭି.କେ ପାଣ୍ଡିଆନ୍ । ଅଲାରିଗଡ଼ ଜଗନ୍ନାଥ ମନ୍ଦିର ଓ ସ୍ବପ୍ନେଶ୍ବର ଶିବ ମନ୍ଦିରର ଉନ୍ନତି ନେଇ ଲୋକଙ୍କ ନିକଟରୁ ଶୁଣିବା ପରେ ପ୍ରତିଶ୍ରୁତି ଦେଇଥିଲେ ଫାଇଭ-ଟି ସଚିବ । ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇ ଆସନ୍ତା ୬ ମାସ ମଧ୍ୟରେ କାମ କରାଯିବ ବୋଲି କହିଥିଲେ ଭିକେ ପାଣ୍ଡିଆନ ।

ଖରା ବଢ଼ିବା ସଙ୍ଗ ସଙ୍ଗେ ମାରାଥନ ସମୀକ୍ଷା କରୁଥିଲେ ଫାଇଭ-ଟି ସଚିବ । ହିଞ୍ଜିଳିକାଟୁର ମିଶନ ଶକ୍ତି ଦକ୍ଷତା ବିକାଶ କେନ୍ଦ୍ରରେ ମହିଳାଙ୍କ ସହ ଆଲୋଚନା କରିବା ସହ ମାଆଙ୍କ ଗୋଟି ଗୋଟି ସମସ୍ୟା ବୁଝିଥିଲେ ଫାଇଭ-ଟି ସଚିବ । ଏହାପୂର୍ବରୁ କଞ୍ଚୁରୁର ରୂପାନ୍ତିରତି ହାଇସ୍କୁଲ ଓ ନୂଆକରି ଗଢ଼ିଉଠୁଥିବା ଯୁକ୍ତ ଦୁଇ କଲେଜର କରିଥିଲେ ତଦାରଖ । ସେହିପରି ଅପରାହ୍ନରେ ହିଞ୍ଜିଳାକାଟୁ ବିଜ୍ଞାନ କଲେଜ ଓ ନିର୍ମାଣ ଚାଲିଥିବା ମାର୍କେଟ କମ୍ପ୍ଲେକ୍ସ ବୁଲି ଦେଇଥିଲେ ଫାଇଭ-ଟି ସଚିବ ।

ଏହା ପରେ ମିଶନ ଶକ୍ତି କାଫେ ଓ ଆହାର କେନ୍ଦ୍ର ଯାଇ ମାଆଙ୍କ ସହ କରିଥିଲେ ଆଲୋଚନା । ଦିନତମାମ ମାରଥନ ସମୀକ୍ଷା କରିଥିଲେ ଭିକେ ପାଣ୍ଡିଆନ । ଅଙ୍କରଡ଼ା ମଡେଲ ଟାଙ୍କ ପରିଦର୍ଶନ କରିବା ସହ ନିର୍ବାଚିତ ଜନ ପ୍ରତିନିଧି, ବ୍ୟବସାୟୀ, ଉଦ୍ୟୋଗପତିଙ୍କ ସହ ଆଲୋଚନା କରିଥିଲେ । ସେହିପରି କୋରେଇଶୁଣି ମନ୍ଦିର କମିଟି ସଦସ୍ୟ ଅଞ୍ଚଳର ଚାଷୀଙ୍କଠୁ ବୁଝିଥିଲେ ସମସ୍ୟା । ହିଞ୍ଜିଳିକାଟୁ ଓ ଶେରଗଡ଼ର ବିଭିନ୍ନ ଅଞ୍ଚଳ ବୁଲି ବିଭିନ୍ନ ଉନ୍ନତିମୂଳକ କାମ ନେଇ ଆଲୋଚନା କିରଥିଲେ ଭିକେ ପାଣ୍ଡିଆନ ।