spot_img

Latest Posts

ରାଜ୍ୟରେ ଦୈନିକ ଓମିକ୍ରନ୍ ସଂକ୍ରମଣ ୫୦ ହଜାର ଛୁଇଁପାରେ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ଓମିକ୍ରନ ସଂକ୍ରମଣ ୫୦ହଜାର ଛୁଇଁବା ଆଶଙ୍କା । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପହିଲା ବେଳକୁ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଦେଶରେ ଦୈନିକ ୨୦ ଲକ୍ଷରୁ ୨୪ଲକ୍ଷ ଲୋକ ସଂକ୍ରମିତ ହେବା ଆଶଙ୍କା ରହିଛି । ଓମିକ୍ରନ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି ।

ଓମିକ୍ରନ ଚିହ୍ନଟ ବ୍ୟକ୍ତିଙ୍କ ଶରୀରରେ ୪ଟି ନୂଆ ଲକ୍ଷଣ ଦେଖାଦେଉଛି । ସ୍ୱାଦ ଓ ଘ୍ରାଣ ଶକ୍ତି ଯାଉନି, ଅଧିକ ଜ୍ୱର, ଥଣ୍ଡା ବି ହେଉନି । ଗଳା କୁଣ୍ଡେଇ ହେବା, ହାଲିଆ ଲାଗିବା, ମୁଣ୍ଡବିନ୍ଧା ହେବା ଓ ଥଣ୍ଡାକାଶ ଲାଗି ରହିବା । ଟିକା ନେଇ ନଥିବା ବ୍ୟକ୍ତି ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଭିଡ଼ ଜମାଇବା ନାହିଁ, ଗହଳିକୁ ଗଲେ କୋଭିଡ ଅନୁରୂପ ନିୟମ କଡ଼ାକଡ଼ି ମାନନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅନ୍ୟପକ୍ଷରେ କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ପ୍ରସଙ୍ଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଦେଇଛନ୍ତି । ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ ନେଇ ଖବର ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃର୍କ୍ତ ବ୍ୟକ୍ତି ଜଗତସିଂହପୁର ଆସି କଟକ ଆସିଥିଲେ। ଏପର୍ଯ୍ୟନ୍ତ ବିଦେଶରୁ ଫେରିଥିବା ୧୦୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇଛି। କଟକ ମେରିଆ ବଜ଼ାରର ଏକ ପରିବାରରେ ୭ଜଣ ପଜିଟିଭ ଆସିଥିବା ସିଡ଼ିଏମଓଙ୍କ ସୂଚନା। ତେବେ ପୁରା ଦେଶରେ ଏବେ ଓମିକ୍ରନ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କଟକରେ ଓମିକ୍ରନ୍‌ ସନ୍ଦିଗ୍ଧ ମନରେ ଛନକା ଆଣିଛି। । ତେବେ ଏଯାବତ୍ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହୋଇନଥିଲେ ସୁଦ୍ଧା ଓଡ଼ିଶାରେ ଓମିକ୍ରନ ସଂକ୍ରମଣ ବଢ଼ିବା ସୁନିଶ୍ଚିତ ବୋଲି ବିଶେଷଜ୍ଞ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଖଣ୍ଡଗିରି ଏମ୍ସ ରୋଡ୍‌ରେ ସିରିଜି ଚୋରି, ୪ଟି ଔଷଧ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟ

Latest Posts

Don't Miss