ଜେଏସ୍‌ପିଏଲ ଅନୁଗୁଳରେ ୫ଶହ ଟନ୍ ତରଳ ଅମ୍ଳଜାନ ଷ୍ଟକ୍ ଉପଲବ୍ଧ, ଆବଶ୍ୟକତା ଅନୁଯାୟୀ ମେଡିକାଲକୁ ଦେବ ଅମ୍ଳଜାନ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଦେଶରେ ଏବେ ଅମ୍ଳଜାନର ଘୋର ଅଭାବ ଦେଖା ଦେଲାଣି। ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ଅଭାବରୁ ଲୋକଙ୍କର ମୃତ୍ୟୁ ହେଉଛି। ଏଭଳି ପରିସ୍ଥିତି ଯେମିତି ଓଡ଼ିଶାରେ ଆଗକୁ ନହୁଏ ସେଥିପାଇଁ ଆଗେଇ ଆସିଛି ଇସ୍ପାତ କମ୍ପାନୀ ଜିନ୍ଦଲ ଷ୍ଟିଲ। କୋଭିଡ-19 ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏହାର ଅନୁଗୁଳ ଷ୍ଟିଲ କାରଖାନାରେ ୫ଶହ ଟନରୁ ଅଧିକ ତରଳ ଅମ୍ଳଜାନ ଷ୍ଟକ ଉପଲବ୍ଧ ଅଛି ବୋଲି ଏକ ଟ୍ଵିଟର ପୋଷ୍ଟରେ ଘୋଷଣା କରିଛି।

“ଆମେ ବ୍ୟବହାରକାରୀଙ୍କ ଟ୍ୟାଙ୍କର୍ ପଠାଇବାକୁ ଅପେକ୍ଷା କରିଛୁ ବୋଲି ସେ ଟୁଇଟରେ କହିଛନ୍ତି। ପ୍ରଥମେ ଆସିଥିବା ସେବା ଭିତ୍ତିରେ କିମ୍ବା ଇସ୍ପାତ ମନ୍ତ୍ରଣାଳୟ ଦ୍ଵାରା ସ୍ଥିର କରାଯାଇଥିବା ପ୍ରାଥମିକତା ଅନୁଯାୟୀ ଆମେ ମେଡିକାଲକୁ ଅକ୍ସିଜେନ ଯୋଗାଇଦେବୁ” ବୋଲି ଏହି ଟ୍ଵିଟର ପୋଷ୍ଟରେ କମ୍ପାନୀ ଘୋଷଣା କରିଛି।

ଜେଏସପିଏଲର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ଏହାର ଓଡ଼ିଶା ଏବଂ ଛତିଶଗଡ ୟୁନିଟରୁ ମେଡିକାଲ ଅକ୍ସିଜେନ ଯୋଗାଇବାକୁ ଘୋଷଣା କରିଥିଲେ। ଜିନ୍ଦଲ କକହିଥିଲେଯେ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଜେଏସପିଏଲ ଦେଶ ତଥା ଦେଶବାସୀଙ୍କ ସହ ସର୍ବଦା ଛିଡ଼ା ହୋଇଛି ଏବଂ ଏହି ମହାମାରୀ ସମୟରେ ଏହା ଜାରି ରଖିବ। ଗତ ବର୍ଷ ଜେଏସପିଏଲ୍ କୋଭିଡ-19 ସମୟରେ ଓଡ଼ିଶାରେ ୭୨୫ ଟନ୍ ମେଡିକାଲ ଅମ୍ଳଜାନ ଯୋଗାଇ ଦେଇଥିଲା।

Leave a Reply