ପାଠ ପଢିବାର ନଥାଏ ବୟସ, ୫୭ବର୍ଷରେ ମାଟ୍ରିକ୍ ପାସ୍ କଲେ ଆଶା ଦିଦି

ଭଦ୍ରକ: ୫୭ବର୍ଷରେ ମାଟ୍ରିକ୍ ପାସ୍ କଲେ ଆଶା ଦିଦି । ଭଦ୍ରକ ଜିଲ୍ଲା କଣ୍ଟି ଗାଁର ସ୍ବର୍ଣ୍ଣଲତା ପତି ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ସମାଜକୁ ଦେଇଛନ୍ତି ନିଆରା ବାର୍ତ୍ତା । ଶିକ୍ଷାଗ୍ରହଣରେ ବୟସ ଏକ ସଂଖ୍ୟା ମାତ୍ର । ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବ ହୋଇପାରିବ । ଯାହାକୁ ପ୍ରମାଣିତ କରିଛନ୍ତି ସ୍ବର୍ଣ୍ଣଲତା । ଶିକ୍ଷାଗ୍ରହଣରେ ବାଧକ ନୁହେଁ ବୟସ । ମାଟ୍ରିକ୍ ପାସ୍ କଲେ ଆଶା ଦିଦି । ସମାଜକୁ ଦେଲେ ନିଆରା ବର୍ତ୍ତା ।

ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବ । ବୟସର ଅପରାହ୍ନରେ ମାଟ୍ରିକ୍ ପାସ୍ କରି ସମାଜକୁ ନିଆରା ବାର୍ତ୍ତା ଦେଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ କଣ୍ଟି ଗାଁର ସ୍ବର୍ଣ୍ଣଲତା ପତି । ସ୍ଥାନୀୟ ଆଶା ଦିଦିଭାବେ କାର୍ଯ୍ୟକରୁଛନ୍ତି ସ୍ବର୍ଣ୍ଣଲତା । ଅଧିକ ସରକାରୀ ସୁବିଧା ପାଇବା ପାଇଁ ସେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଏବଂ ଏଥିରେ କୃତକାର୍ଯ୍ୟ ମଧ୍ୟ ହୋଇଛନ୍ତି ।  ବିବାହର କିଛିବର୍ଷ ପରେ ସ୍ବର୍ଣ୍ଣଲତା ସ୍ବାମୀଙ୍କଠାରୁ ଅଲଗା ରହୁଛନ୍ତି ।

ଆଶା ଦିଦି ଭାବେ କାର୍ଯ୍ୟ କରି ସ୍ବାବଲମ୍ବି ହେବା ସହିତ ନିଜର ୪ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରାଇପାରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ପାଇଛନ୍ତି ଲୋକଙ୍କର ଭଲପାଇବା । ତେବେ ଅଧିକ ସରକାରୀ ସୁବିଧା ପାଇଁ ୫୭ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରି କୃତକାର୍ଯ୍ୟ ହୋଇଛନ୍ତି । ଜୀବନର ବାଟରେ ବୟସ ଏକ ସଂଖ୍ୟା ମାତ୍ର । ଆଗ୍ରହ ଆଉ ମନୋବଳ ହିଁ ସଫଳତା ଆଣିଦିଏ । ଯାହାସକୁ ସ୍ବର୍ଣ୍ଣଲତା ପ୍ରମାଣ କରିଛନ୍ତି ।

Leave a Reply