ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଖୁସି ଖବର । 4G ପରେ ଏବେ 5G ସେବାର ଲାଭ ଉଠାଇ ପାରିବେ ଦେଶବାସୀ । ଭାରତରେ ଖୁବ୍ ଶୀଘ୍ର ଲଞ୍ଚ କରାଯିବ ଏହି 5G ସେବା । କ୍ୟାବିନେଟ୍ ତରଫରୁ ସ୍ପେକ୍ଟ୍ରମ ନିଲାମ ପାଇଁ ମିଳିଛି ମଞ୍ଜୁରୀ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ 5G ମେବାଇଲ ସେବାକୁ ଆଗାମୀ ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ ନିଲାମକୁ ମଞ୍ଜୁରୀ ଦିଆଯାଇଛି । ଜୁଲାଇର ଶେଷ ସପ୍ତାହରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ ।
କୁହାଯାଉଛି କି 5G ସେବାରେ ବର୍ତ୍ତମାନର ସ୍ପିଡ୍ ଅପେକ୍ଷା ୧୦ ଗୁଣା ଅଧିକ ସ୍ପିଡ୍ ରହିବ । ଅଡିଓ ଓ ଭିଡିଓ କଲିଂରେ ଏହାର କ୍ବାଲିଟି ଆହୁରି ଉନ୍ନତି ଦେଖିବାକୁ ମିଳିବ । ଗେମିଙ୍ଗ୍ ସେକ୍ଟରେ ମଧ୍ୟ ବହୁତ ଉନ୍ନତି ଆସିବ । ଏହି ସେବାରେ ଡାଉନଲୋଡିଂ ଏବଂ ଅପଲୋଡିଂରେ ଏହାର ସ୍ପିଡ୍ ବହୁତ ଉନ୍ନତମାନର ହେବ ।
ସରକାର କହିଛନ୍ତି ଯେ ମୋଟ 72 GHz ସ୍ପେକ୍ଟ୍ରମ (600 MHz, 700 MHz, 800 MHz, 900 MHz, 1800 MHz, 2100 MHz, 2300 MHz), ମଧ୍ୟମ (3300 MHz) ଏବଂ ଉଚ୍ଚ (26 GHz) ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ନିଲାମ ହେବ। ସରକାର ନିଜର ବିବୃତ୍ତିରେ କହିଛନ୍ତି ଯେ 5G ଯୋଗାଯୋଗ ସେବା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି । 5G ମୋବାଇଲ୍ ସେବାର ଗତି ଏବଂ କ୍ଷମତା 4G ମୋବାଇଲ୍ ସେବାଠାରୁ ପ୍ରାୟ ୧୦ ଗୁଣ ଅଧିକ ହେବ |
ଘରୋଇ କ୍ୟାପ୍ଟିଭ୍ ନେଟୱାର୍କକୁ କ୍ୟାବିନେଟ୍ ମଧ୍ୟ ସବୁଜ ସଙ୍କେତ ଦେଇଛି, ଯାହା ବ୍ୟବହାର କରି ମେସିନ୍-ଟୁ-ମେସିନ୍ ଯୋଗାଯୋଗ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଏବଂ ଅଟୋ ମୋବାଇଲ୍, ସ୍ୱାସ୍ଥ୍ୟସେବା, କୃଷି, ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ବ୍ୟବହାର କରିବାକୁ ଉଦ୍ୟୋଗ ଏବଂ ପ୍ରଯୁକ୍ତି ବିଦ୍ୟା କମ୍ପାନୀଗୁଡିକର ନିଜସ୍ୱ ନେଟୱାର୍କ ରହିପାରିବ | ଏହି 5G ସେବାରେ 4G ଅପେକ୍ଷା ବହୁତ ସ୍ପଡ୍ ରହୁଛି । ଏହାର ସ୍ପିଡ୍ କାରଣରୁ ଅନ୍ୟ ବହୁତ ଜିନିଷରେ ବଡ଼ ପରିବତ୍ତର୍ନ ଦେଖିବାକୁ ମିଳିବ । କୁହାଯାଉଛି କି ନିଲାମ ପରେ ଟେଲିକମ୍ କମ୍ପାନୀ ମାନେ ଶୀଘ୍ର ଏହା ଉପରେ କାମ ଆରମ୍ଭ କରିପାରିବେ । ରିପୋର୍ଟ ଅନୁଯାୟୀ ଏହାକୁ ପ୍ରଥମେ ମେଟ୍ରୋ ସିଟି ଓ ବଡ ସହର ମାନଙ୍କରେ ଜାରି କରାଯିବ ।

