spot_img

Latest Posts

ବଳଦେବଜୀଉଙ୍କୁ ଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କେନ୍ଦ୍ରାପଡା: ବଳଦେବଜୀଉ ମନ୍ଦିରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଠାକୁରଙ୍କୁ ଦର୍ଶନ କରିବା ସହ ମନ୍ଦିରର ପୂଜକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ମନ୍ଦିରର ଉନ୍ନତିକରଣ କାମ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ, ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଅଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ ସେ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କେମିତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରୋଲ ମଡେଲ ପାଲଟିଛି ସେନେଇ ଲୋକଙ୍କୁ କହିଥିଲେ। କେନ୍ଦ୍ରାପଡ଼ା ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଛି। ଆଉ ବିପର୍ଯ୍ୟୟ ମୁକାବିଲା କରି ସାରା ବିଶ୍ବରେ ଜାତିସଂଘରେ ସମ୍ମାନିତ ହୋଇଛି ଓଡ଼ିଶା। କେନ୍ଦ୍ରାପଡ଼ାର ବିକାଶ ଲାଗି ଯାହା ଆବଶ୍ୟକ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟର ରୂପାନ୍ତୀକରଣ ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜର ରୂପାନ୍ତୀକରଣ କରାଯାଇଛି । ଗ୍ରାମାଞ୍ଚଳରେ ଏବେ ସହରର ଘରୋଇ ସ୍କୁଲ ଭଳି ଉନ୍ନତ ଶିକ୍ଷା ପାଇ ପାରୁଛନ୍ତି ଛାତ୍ରଛାତ୍ରୀ। ଓଡ଼ିଶାରେ ୧୦ ହଜାର ଜଗନ୍ନାଥ ମନ୍ଦିରର ରୂପାନ୍ତୀକରଣ ହେଉଛି। ରାଜ୍ୟବାସୀଙ୍କ ହାତ ମୁଠାକୁ ମଜଭୁତ କରିବା ସହ ଓଡିଶାକୁ ସଶକ୍ତ ରାଜ୍ୟ ଭାବେ ଗଠନ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ। କେନ୍ଦ୍ରାପଡ଼ାର ବିକାଶ କଥା ମୁଖ୍ୟମନ୍ତ୍ରୀ ଚିନ୍ତା କରିଛନ୍ତି। ଏବେ କେନ୍ଦ୍ରାପଡ଼ାବାସୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି।

ଭାରତର ସବୁଠାରୁ ବଡ଼ ଇସ୍ପାତ କାରଖାନା କେନ୍ଦ୍ରାପଡ଼ାକୁ ଆସୁଛି। ଆର୍ସେଲର ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ଆସିଲେ କେନ୍ଦ୍ରାପଡ଼ାର ଚିତ୍ର ବଦଳିବ। କେନ୍ଦ୍ରାପଡ଼ାର ରୂପାନ୍ତୀକରଣ ହେବ। କେନ୍ଦ୍ରାପଡ଼ା ସାରା ଓଡ଼ିଶା ପାଇଁ ଅର୍ଥ ସହ ରୋଜଗାର ଯୋଗାଇବ। ୨୦ ହଜାରୁ ଅଧିକ ଯୁବକ ନିଯୁକ୍ତ ପାଇବେ। ଖାଦ୍ୟ ସୁରକ୍ଷାରେ ଓଡ଼ିଶା ବଳକା ଖାଦ୍ୟ ରାଜ୍ୟ ପାଲଟିଛି। ଏବେ ବାହାର ରାଜ୍ୟକୁ ଓଡ଼ିଶା ଖାଦ୍ୟ ପଠାଉଛି। ବିକାଶର ବାର୍ତ୍ତା ଦେଇ ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ପରିଚୟ ଦେଇଛନ୍ତି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।

Latest Posts

Don't Miss