ଫାଇଭ-ଟି ଉପକ୍ରମରେ ରୂପାନ୍ତିରତ ହେଉଛି ସ୍କୁଲ, ପାହାଡ଼ ଉପରେ ଡିଜିଟାଲ କ୍ଲାସରୁମ୍

1 min read

ମାଲକାନଗିରି: ଫାଇଭ-ଟି ଉପକ୍ରମରେ ରୂପାନ୍ତିରତ ହେଉଛି ସ୍କୁଲ । ଲାଲକିଲ୍ଲା ଭଳି ସଜେଇ ହୋଇଛି ମାଲକାନଗିରି ଜିଲ୍ଲାର ଗନ୍ଧିପାଲିରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ଉତ୍ତମ ସୁବିଧା ସୁଯୋଗ ସହ ଡିଜିଟାଲ କ୍ଲାସରୁମ ଏବଂ ଇ-ଲାଇବ୍ରେରୀର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟର ପାଖାପାଖି ୬ ଶହରୁ ଅଧିକ ଛାତ୍ରଛାତ୍ରୀ ହୋଇପାରିବେ ଉପକୃତ ।

ଉନ୍ନତମାନର ପରିବେଶରେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହ ଆଧୁନିକ ଦୁନିଆ ସମ୍ପର୍କରେ ଆହୁରି ଅଧିକ ଜ୍ଞାନ ଅହରଣ କରିପାରିବେ ବୋଲି କହିଛନ୍ତି ଅଭିଭାବକ । ଏଭଳି ଯୁଗାନ୍ତକାରୀ ପଦକ୍ଷେପକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀ ଓ ଫାଇ-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।