ଧାର୍ଯ୍ୟ ସମୟରେ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

1 min read
5T School Transformation Chief Secretary

ଭୁବନେଶ୍ୱର: 5T ଅଧୀନରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭିସିରେ ବସିଥିବା ବୈଠକରେ ବିଭିନ୍ନ ଜିଲ୍ଲାପାଳମାନଙ୍କୁ ନିୟମିତ କାମର ତଦାରଖ କରିବାକୁ କୁହାଯାଇଛି । ବିଦ୍ୟୁତ୍ ସରଞ୍ଜାମ, କମ୍ପ୍ୟୁଟର, ଲାବରେଟୋରୀର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ଅଗ୍ନି ନିରାପତ୍ତା ପାଇଁ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବାକୁ କୁହାଯାଇଛି ।

5T School Transformation Chief Secretary

ରାଜ୍ୟର ୪ହଜାର ୫୩୬ ହାଇସ୍କୁଲକୁ 5T ଅଧୀନରେ ରୂପାନ୍ତରଣ କରାଯାଉଛି । ଏହି ପ୍ରକ୍ରିୟାରେ ସ୍କୁଲରେ ପିଲାଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସରୁମ ତିଆରି କରା ଯାଇଥିବା ଇ-ଲାଇବ୍ରେରୀ, ଲାବୋରେଟେରୀ ଓ ସ୍ୱତନ୍ତ୍ର ଖେଳ ପଡ଼ିଆ, ଆବଶ୍ୟକ ବିଦ୍ୟୁତକରଣ ସହ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ୧ ହଜାର ୭୬ଟି ସ୍କୁଲର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୩ ହଜାର ୪୬୦ଟି ସ୍କୁଲ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।