spot_img

Latest Posts

ମାତ୍ର ୧୦ ମିନିଟରେ ପୂରଣ ହେଲା ଆଦିବାସୀ ଛାତ୍ରୀଙ୍କ ପାଠ ପଢିବା ସ୍ବପ୍ନ

ନୂଆପଡ଼ା: ୧୦ ମିନିଟରେ ସମସ୍ୟାର ହେଲା ସମାଧାନ । ପୂରଣ ହେଲା ଆଦିବାସୀ ଛାତ୍ରୀଙ୍କ ପାଠ ପଢିବାର ସ୍ବପ୍ନ । ନୂଆପଡ଼ାର ନେହାଙ୍କ ମୁହଁରେ ହସ ଫୁଟାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ନୂଆପଡ଼ା ଜିଲ୍ଲା ଭାଲେଶ୍ବର ପଞ୍ଚାୟତର ନେହା ମାଝୀ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫୮ ପ୍ରତିଶତ ମାର୍କ ରଖି ପାସ କରିଥିଲେ।

ମାତ୍ର ଆର୍ଥିକ ସଙ୍କଟ ଯୋଗୁ ଆଗକୁ ପଢିବାରେ ସମସ୍ୟା ହୋଇଥିଲା। ଏନେଇ ସ୍ଥାନୀୟ ସରପଞ୍ଚ 5T ସଚିବଙ୍କୁ ମେଲ୍ ଯୋଗେ ଜଣାଇଥିଲେ। ଏହାର ମାତ୍ର ୧୦ ମିନିଟ ପରେ ନେହାଙ୍କ ପାଖରେ ପହଞ୍ଚିଥିଲା ପ୍ରଶାସନ। 5T ସଚିବଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ତରଫରୁ ଜରୁରୀକାଳୀଳ ଅଧିକାରୀ ନେହାଙ୍କୁ ଭେଟି ପାଠ ପଢିବା ପାଇଁ ୨୦ହଜାର ଟଙ୍କା ସହିତ ଏକ ସାଇକେଲ ପ୍ରଦାନ କରିଥିଲେ।

ଆଗକୁ ସମସ୍ତ ପ୍ରକାର ସହାୟତା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ନେଇ ଖୁସି ପ୍ରକାଶ କରିବା ସହ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ନେହା । ଛାତ୍ରୀଙ୍କ ସ୍ବପ୍ନ ପୂରଣ କରିବାକୁ ଫାଇଭ-ଟି ସଚିବଙ୍କ ଏଭଳି ତ୍ବରିତ ପଦକ୍ଷେପକୁ ସବୁଠି ପ୍ରଶଂସା କରାଯାଇଛି।

Latest Posts

Don't Miss