5T ସଚିବଙ୍କ ପ୍ରତିଶୃତି, ୨ଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ହେବ ସମାଧାନ

1 min read

ଦିଗପହଣ୍ଡି: ଦିଗପହଣ୍ଡିରେ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ସପ୍ତାହକରେ ମନ୍ଦିର, ଚର୍ଚ୍ଚ, ମସଜିଦ, କମ୍ୟୁନିଟି ସେଣ୍ଟର ସମ୍ପର୍କିତ ଅଭିଯୋଗର ବିଚାର କରାଯାଇ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦେଉଥିବା ଅନୁଦାନକୁ ସ୍ବଚ୍ଛତାର ସହିତ ଉପଯୋଗ କରିବାକୁ ଆହ୍ବାନ ଦେଇଛନ୍ତି 5T ସଚିବ । ଆସନ୍ତା ୨ଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ କରାଯିବ । ଲୋକଙ୍କ ଅଭିଯୋଗ ଅନୁସାରେ ସନ୍ଧ୍ୟା ସୁଦ୍ଧା ଗାଁର ଇଞ୍ଜିନିୟର ପହଞ୍ଚି ଅନୁଧ୍ୟାନ କରିବେ । ପାନୀୟ ଜଳ ପ୍ରକଳ୍ପ ପାଇଁ ଦିଗପହଣ୍ଡି ବ୍ଲକରେ ୧୭୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଜମିକୁ ଜଳସେଚନ ପାଇଁ ୫୦ କୋଟି ଟଙ୍କାରେ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ଚାଲିଛି । ମିଶନ ଶକ୍ତି ମାଆ ଓ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ କିଭଳି ମାଗଣାରେ ଚିକିତ୍ସିତ ହେଉଛନ୍ତି ସେନେଇ ଲୋକଙ୍କ ଅବଗତ କରିଥିଲେ ଫାଇଭ-ଟି ସଚିବ ।