ବଲାଙ୍ଗୀର ଗସ୍ତରରେ ଯିବେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ

1 min read

ବଲାଙ୍ଗୀର: ଆଜି ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5-T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ । ଗସ୍ତ ସମୟରେ 5-T ସଚିବଙ୍କ ଉଚ୍ଚସ୍ତରୀୟ ଟିମ ସକାଳ ୯ଟା ୩୦ମି. ସମୟରେ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରୀପ ଠାରେ ପହଞ୍ଚିବେ । ସେଠାରୁ ବାହାରି ପ୍ରଥମେ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିବେ । ବଲାଙ୍ଗୀର ଠାରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ତରଳ ଅକ୍ସିଜେନ ପ୍ଲାଣ୍ଟ ସାଇଡ ବୁଲି କାର୍ଯ୍ୟ ତଦାରଖ କରିବା ସହ ପତିତପାବନ ହାଇସ୍କୁଲକୁ ଯିବେ , ମେଡିକାଲ କଲେଜ ଠାରେ ୫ଶହ ଶଯ୍ୟା ସଂଖ୍ୟା ବିଶିଷ୍ଟ ହସ୍ପିଟାଲର କାର୍ଯ୍ୟର ସମୀକ୍ଷା, ସେଠାରୁ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ । ଏଥିସହିତ  ଜିଲ୍ଲାର ଉନ୍ନୟନ କାର୍ଯ୍ୟର ତଦାରଖ କରିବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଅପରପକ୍ଷରେ ଏହି ଗସ୍ତ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନିତିନ କୁସଲକରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗସ୍ତସୁଚି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଆୟୋଜନ ପାଇଁ ସମୀକ୍ଷା କରିଛନ୍ତି । 5-T ସଚିବଙ୍କ ଗସ୍ତସୂଚୀ ଅନୁସାରେ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଆୟୋଜନର ତଦାରଖ କରିଛନ୍ତି ଜିଲ୍ଲାପାଳ ଓ ଏସପି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ଘରଭଡ଼ାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ପୋଲିସ ଓ ସାମ୍ୱାଦିକଙ୍କୁ ମାଡ଼ ମାରିଲେ ଘର ମାଲିକାଣୀ

Leave a Reply