ଦିବ୍ୟାଙ୍ଗ ମହିଳା କ୍ରିକେଟରଙ୍କ ଦୁଃଖ ବୁଝିଲେ 5T ସଚିବ, ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦେଲେ ନିର୍ଦ୍ଦେଶ

1 min read

କେନ୍ଦୁଝର: ମହିଳା କ୍ରିକେଟରଙ୍କ ଦୁଃଖ ବୁଝିଲେ 5T ସଚିବ ଭି.କେ ପାଣ୍ଡିଆନ୍ । ଦିବ୍ୟାଙ୍ଗ୍ କ୍ରିକେଟର ଝିଲ୍ଲୀ ବିରୁଆଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ 5T ସଚିବ । ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆ ନେପାଳରେ ହେବାକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌‌ କାଉନ‌ସିଲ୍‌‌ ପାରାଅଲମ୍ପିକ୍‌‌ ଖେଳିବାକୁ ମନୋନୀତ ହୋଇଥିଲେ। କିନ୍ତୁ ପାସ‌ପୋର୍ଟ ଏବଂ ଟଙ୍କା ଅଭାବରୁ ସେ ଖେଳିବାକୁ ଯିବାରୁ ବଞ୍ଚିତ ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଆଜି ଦୈନିକ ଖବର କାଗଜ ‘ସକାଳ’ରେ ପ୍ରକାଶ ପାଇଥିଲା । ଏହି ଖବରଟିକୁ ସାମଜିକ ଗଣମାଧ୍ୟମରେ ଜଣେ ସାମାଜିକ କର୍ମୀ ପୋଷ୍ଟ କରି ତୁରନ୍ତ ସହାୟତା ପାଇଁ ନିବେଦନ କରିଥିଲେ।

ଏହି ଖବର 5T ସଚିବ ଭି.କେ ପାଣ୍ଡିଆନଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ସହାୟତା ପ୍ରଦାନ ପାଇଁ କେନ୍ଦୁଝର ଜିଲ୍ଳାପାଳ ଓ କ୍ରୀଡା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦିବ୍ୟାଙ୍ଗ ମହିଳା କ୍ରିକେଟର୍ ଝିଲ୍ଲୀଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପାସ‌ପୋର୍ଟ ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। 5T ସଚିବଙ୍କ ଏହି କାର୍ଯ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ତାଙ୍କୁ ପ୍ରଶଂସା କରାଯାଉଛି।