ଢେଙ୍କାନାଳ ଓ ତାଳଚେରର କୋଭିଡ ହସ୍ପିଟାଲ ବୁଲି ଦେଖିଲେ 5ଟି ସଚିବ

1 min read

ଭୁବନେଶ୍ୱର: କୋଭିଡ ହସ୍ପିଟାଲ ପରିଦର୍ଶନ କଲେ 5-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଉଭୟ ଅଧିକାରୀ ଆଜି ଢେଙ୍କାନାଳ ଓ ତାଳଚେରରେ କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଗତ ୧୩ ତାରିଖରେ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଥିଲା। କୋଭିଡ-୧୯ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ 5-ଟି ସଚିବ ଓ ଉନ୍ନୟନ କମିଶନର ।

ସେହିପରି ତାଳଚେର ଯାଇ ଶତାବ୍ଦୀ ହସ୍‌ପିଟାଲରେ କାର୍ଯ୍ୟକ୍ଷମ ହେବାକୁ ଥିବା ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ ମଧ୍ୟ ପରିଦର୍ଶନ କରିଛନ୍ତି । ଏଠାରେ ୧୫୦ ଶଯ୍ୟାବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ପ୍ରସ୍ତୁତ କରାଯାଉଛି । ଏଠାରେ ୮ଟି ଆଇସିୟୁ ମଧ୍ୟ ରହିବ ।  ଜିଲ୍ଲା ଖଣିଜ ପାଣ୍ଠି ଏବଂ ଏମ୍‌ସିଏଲ୍‌ର ଆର୍ଥିକ ସହାୟତାରେ ଏହି ହସ୍‌ପିଟାଲ ପ୍ରସ୍ତୁତ କରାଯାଉଛି । 5-ଟି ସଚିବ ଭି.କେ ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ହସ୍‌ପିଟାଲ କର୍ତ୍ତୃପକ୍ଷ, ଡାକ୍ତର, କର୍ମଚାରୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର ୩ଟି କୋଭିଡ୍ ହସ୍ପିଟାଲ ବୁଲି ଦେଖିଲେ 5-ଟି ସଚିବ

Leave a Reply