ଭୋରୁ ମହାପ୍ରଭୁଙ୍କୁ ଦର୍ଶନ କଲେ, ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

1 min read

ପୁରୀ: ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଭୋରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପରିକ୍ରମା ମାର୍ଗ ବୁଲି ଦେଖିଛନ୍ତି । ଉତ୍ତରଦ୍ବାରରୁ ପଶ୍ଚିମଦ୍ବାର ଓ ଦକ୍ଷିଣ ଦ୍ବାରରେ ଜାରି ରହିଥିବା ନିର୍ମାଣ ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାପରେ ସେ ବାଲିଗୁଆଳି ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲରେ କରାଯାଉଥିବା ନିର୍ମାଣ କାମକୁ ମଧ୍ୟ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ।

୬୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ କରାଯାଉଛି । ୫୮ ପ୍ରତିଶତ ନିର୍ମାଣ କାମ ଶେଷ ହୋଇଥିବା ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଫାଇବ-ଟି ସଚିବଙ୍କୁ ଅବଗତ କରାଯାଇଛି । ଏହାଛଡ଼ା ମେଡିକାଲ କଲେଜରେ ଫାର୍ମାସିଷ୍ଟ ମାନଙ୍କ କ୍ବାର୍ଟର୍ସ ଓ ନର୍ସିଂ କ୍ବାର୍ଟର ବ୍ଲକ୍ ବୁଲି ଦେଖିଛନ୍ତି । ନିର୍ମାଣକାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଭି.କେ ପାଣ୍ଡିଆନ । ଆଗାମୀ ଅଗଷ୍ଟ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଫାଇବ-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ସେ ଚନ୍ଦ୍ରଭାଗାରେ ପହଞ୍ଚି ପାରିପାର୍ଶ୍ବିକ ଉନ୍ନତିମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଚନ୍ଦଭାଗାରୁ କୋଣାର୍କ ଯାଉଛନ୍ତି ଫାଇବ-ଟି ସଚିବ । ସାଥିରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ପ୍ରଶାସନିକ ବରିଷ୍ଠ ଅଧିକାରୀ ଥିଲେ । ଏହାପରେ କାକଟପୁର ଯିବା କାର୍ଯ୍ୟକ୍ରମ ରହିଛି । ମାଆ ମଙ୍ଗଳାଙ୍କ ପୀଠ ଗସ୍ତ କରି ମାଆଙ୍କ ଦର୍ଶନ କରିବେ ଫାଇବ-ଟି ସଚିବ । ଏହାସହ ଜଙ୍କସନ, ମଲଟି ପରପୋଜ୍ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ କାମର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି ।