୨ ଦିନିଆ ରାୟଗଡ଼ା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ, ଉନ୍ନୟନମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା

1 min read

ରାୟଗଡ଼ା: ରାୟଗଡାରେ 5T ସଚିବ ଭିକେ ପାଣ୍ଡିଆନଙ୍କଙ୍କ ମାରାଥନ ଅନୁଧ୍ୟାନ । ଜିସିଡି ଖେଳ ପଡ଼ିଆରେ ପହଞ୍ଚିବା ପରେ ଫାଇଭ-ଟି ସଚିବ ସେଠାରୁ ବିଜୁ ପଟ୍ଟନାୟକ ଅଡିଟୋରିୟମ ଯାଇ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ପରିସରକୁ ଯାଇ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କାମର ଅନୁଧ୍ୟାନ କରୁଛନ୍ତି ଫାଇଭ-ଟି ସଚିବ । ବିକାଶ କାମର ଅଗ୍ରଗତି ସହିତ ଚିକିତ୍ସା ସମ୍ପର୍କରେ ରୋଗୀଙ୍କ ସହିତ ଆଲୋଚନା କରିଛନ୍ତି ।

ସେଠାରେ ଏସଏଚଜି ମାଆମାନଙ୍କ ସହିତ ଆଲୋଚନା କରିଛନ୍ତି 5T ସଚିବ । ପରେ ରାୟଗଡ଼ାର ବହୁମୂଖୀ ଇନଡୋର ଷ୍ଟାଡିୟମ ଯାଇ ଖେଳାଳିଙ୍କ ସହିତ ଆଲୋଚନା ଏବଂ ଲୋକଙ୍କ ସମସ୍ୟା ଶୁଣିଛନ୍ତି 5T ସଚିବ । ମାଆ ମଝିଘରିଆଣୀଙ୍କ ମନ୍ଦିର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ମନ୍ଦିରର ବିକାଶ ନେଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ଫାଇଭ-ଟି ସଚିବ । ଆସନ୍ତାକାଲି ଦିନତମାମ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ ।