spot_img

Latest Posts

ଗୁମ୍ମାରେ 5T ସଚିବ ଭିକେ ପାଣ୍ଡିଆନ

ଗୁମ୍ମା: 5T ସଚିବ ଭିକେ ପାଣ୍ଡିଆନଙ୍କ ଗଜପତି ଗସ୍ତର ଆଜି ହେଉଛି ୨ୟ ଦିନ। ସକାଳୁ ଜିରାଙ୍ଗର ବୌଦ୍ଧ ମନ୍ଦିର ବୁଲିବା ପରେ 5T ସଚିବ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଗୁମ୍ମାର ମିନି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ।

ଏଠାରେ କାର୍ଯ୍ୟକାରୀ ହୋଇଥିବା ସରକାରଙ୍କ ଜନହିତକର ଯୋଜନା ଗୁଡିକ ମଧ୍ୟରୁ ସାମୁହିକ ବଜାର ପ୍ରାଙ୍ଗଣ, ଓ ପରିବା ଶୀତଳଭଣ୍ଡାର, ଯାତ୍ରୀ ବିଶ୍ରାମଗାର ସହ ନୂତନ ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି। ଏଥିସହ ଉପାନ୍ତ ଅଞ୍ଚଳରେ ଶିକ୍ଷା ଅନୁଷ୍ଠାନରେ 5T ରୂପାନ୍ତରଣ ହାଇସ୍କୁଲକୁ ମଧ୍ୟ ବୁଲି ଦେଖିଛନ୍ତି। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ପରେ ପାରଳାଖେମୁଣ୍ଡି ବେତାଗୁଡା ସ୍ଥିତ ଅନ୍ୱେଷା କାର୍ଯ୍ୟାଳୟ ପରିସରରେ ପାରଳା ପୌର ପରିଷଦର କାଉନସିଲର ମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ପରେ ଗୋଷାଣୀ ବ୍ଲକ ଗସ୍ତ କରି ରାମ ସାଗର ଓ କୃଷ୍ଣ ସାଗର ବୁଲି ଦେଖିବେ। ଏହି ସବୁ ସାଗର ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ସହ ଏହାର ଉନ୍ନତିକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ପ୍ରଶାସନ ସହ ଆଲୋଚନା କରିବେ।

ପରେ ଗୋଷାଣୀ ବ୍ଲକର ମିଶନ ଶକ୍ତି ଦ୍ବାରା ପରିଚାଳିତ କାଫେ ପରିଦର୍ଶନ କରି ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବୋଧିତ କରିବେ। ପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଭୋଜନ କରି ଭୁବନେଶ୍ୱର ଫେରିଯିବା ନେଇ ସୂଚନା ରହିଛି।

Latest Posts

Don't Miss