5T ରୂପରନ୍ତରଣରେ ବଦଳିଛି ସ୍କୁଲର ରୂପ, ସରକାରୀ ବିଦ୍ୟାଳୟ ମୁହାଁ ଛାତ୍ରଛାତ୍ରୀ

1 min read

କେନ୍ଦ୍ରାପଡ଼ା: ସରକାରୀ ସ୍କୁଲ ମୁହାଁ ଛାତ୍ରଛାତ୍ରୀ । 5T ହାଇସ୍କୁଲ ଟ୍ରାନଫରମେଶନ ପରେ ବଦଳି ଯାଇଛି ସରକାରୀ ସ୍କୁଲର ରୂପରେଖ । ଉନ୍ନତ ଶିକ୍ଷା ସହ ଉତ୍ତମ ପ୍ଲେ ଗ୍ରାଉଣ୍ଡ । ସ୍ମାର୍ଟ କ୍ଲାସ ରୁମ ସହ ଲାଇବ୍ରେରୀ ସୁବିଧା । ସରକାରୀ ସ୍କୁଲରେ ବି ବେସରକାରୀ ସ୍କୁଲ ଭଳି ମିଳୁଛି ସମସ୍ତ ସୁବିଧା । ଏମିତି କିଛି ନୂଆ ରୂପ ଦେଖିବାକୁ ମିଳୁଛି କେନ୍ଦ୍ରାପଡାରେ ସରକାରୀ ସ୍କୁଲରେ । ଏହି ରୂପାନ୍ତରଣ ପରେ ବିଦ୍ୟାଳୟରେ ବଢ଼ିବାରେ ଲାଗିଛି ପିଲାଙ୍କ ସଂଖ୍ୟା ।

5T ହାଇସ୍କୁଲ ଟ୍ରାନଫରମେଶନ ପରେ ବଦଳି ଯାଇଛି ସରକାରୀ ସ୍କୁଲର ରୂପରେଖ । ଛାତ୍ରଛାତ୍ରୀ ବହି ଓ କଳାପଟା ବଦଳରେ ଇ-କଣ୍ଟେଣ୍ଟ ଓ ପ୍ରୋଜେକ୍ଟରେ ପଢୁଛନ୍ତି ପାଠ । ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରେ ପଢ଼଼ିବା ସହିତ ରୋବଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହରଣ କରୁଛନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି । କେନ୍ଦ୍ରାପଡା ହାଇସ୍କୁଲ ଏବଂ ଇଚ୍ଛାପୁର ଟାଉନ ହାଇସ୍କୁଲରେ ବଢିଛି ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ।

କେନ୍ଦ୍ରାପଡ଼ାର ସରକାରୀ ସ୍କୁଲରେ ଉନ୍ନତମାନର ଶିକ୍ଷାଦାନ ସହ ଅଭିଜ୍ଞ ଶିକ୍ଷକ ନିଯୁକ୍ତି, ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଆଦି ଯୋଗାଇ ଦିଆଯାଉଛି । ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକ ଉପକରଣ ସହିତ ଉତ୍ତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି । ଉନ୍ନତ ମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‌‌ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯାଉଛି । ଯେଉଁଥିପାଇଁ ସ୍କୁଲ ଯିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଶିକ୍ଷାର୍ଥୀ ।