ଆସନ୍ତାକାଲି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ମତଦାନ

1 min read

ପଶ୍ଚିମବଙ୍ଗ: ଆସନ୍ତାକାଲି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ମତଦାନ । ନିର୍ବାଚନ ବୈତିରଣୀ ପାର ହେବାକୁ ସବୁ ପ୍ରକାର ରଣକୌଶଳ ଆପଣାଉଛନ୍ତି ରାଜନେତା । ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିବା ବେଳେ ପଶ୍ଚିମବଙ୍ଗରେ ଟିଏମସି-ବିଜେପି କଡା ଟକ୍କର ହେଉଛନ୍ତି । ଦୁଇ ଦଳର ନେତାମାନେ ଏକାଧିକ ସ୍ଥାନରେ ହାଇଭୋଲଟେଜ ପ୍ରଚାର କରିଥିବା ନଜର ଆସିଛି । ତେବେ କାଲି ପଶ୍ଚିମବଙ୍ଗର ୪୫ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ମୋଟ୍‌ ୬ଟି ଜିଲ୍ଲାରେ ଏହି ନିର୍ବାଚନ ହେବାକୁ ଥିବା ବେଳେ ୪୫ଟି ଆସନ ପାଇଁ ୩୧୯ ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୩୯ଜଣ ମହିଳା ପ୍ରାର୍ଥୀ । ମୋଟ ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମତଦାନ ହେବ । ମେ ୨ରେ ଫଳ ପ୍ରକାଶ ପାଇବ ।

Leave a Reply