ସୁନା ଦୋକାନରୁ ଚୋରି ଘଟଣା : ୬ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମୁଖ୍ୟ ବଜାରରେ ଥିବା ନାରାୟଣ ଜୁଏଲାରୀରୁ ଲୁଟ୍ ଘଟଣାରେ ୬ ଗିରଫ। ୧୦ ଦିନ ପରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ କିଛି ସୁନା ଓ ରୂପା ଅଳଙ୍କାର ସମେତ ୩ ମୋବାଇଲ ଓ ୩ ବାଇକ୍ ଜବତ କରାଯାଇଥିବା ପ୍ରେସମିଟରେ ସୂଚନା ଦେଇଛି ପୋଲିସ । ଗତ ଜୁନ ୨୫ ତାରିଖର ହୋଇଥିଲା ଲୁଟ୍। ୪ ଦୁର୍ବୃତ୍ତ ୨ଟି ବାଇକରେ ଆସି ମାରଣାସ୍ତ୍ର ଦେଖାଇବା ସହିତ ଦୁଇ ରାଉଣ୍ଡ ବ୍ଲାଙ୍କ ଫାଇରିଂ କରି ଲୁଟିନେଇଥିଲେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର । ଘଟଣାକୁ ଗୁରୁତର ସହ ନେଇ ପୁରା ଏରିଆକୁ ନାକାବନ୍ଦି କରି ତଦନ୍ତ ଚଲାଇଥିଲା ପୋଲିସ। ପ୍ରାୟ ୧୦ ଦିନର ତନାଘନା ପରେ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ାର ବିକି ପାତ୍ର, ଜଗୁ ପାତ୍ର, ଅଜିତ୍ ପଟ୍ଟନାୟକ ଓ କଟକର ଜଗନ୍ନାଥ ଘଡେ଼ଇ, ଯାଜପୁରର ଇନ୍ଦ୍ରମଣି ମହାନ୍ତ ଓ ହରିଚନ୍ଦନପୁର ଥାନା ବାଇଲବେଡା ଗାଁର ବୁଦ୍ଧଦେବ ମହାନ୍ତ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି,ଲୁଟ ଭଳି ମାମଲା ରହିଛି।