ଖଇରାକୁ ଏନଏସି ଦାବି ନେଇ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲା ବିଜେଡି
1 min read
ଆଜି ୬ ଘଣ୍ଟିଆ ଖଇରା ବନ୍ଦ। ଖଇରାକୁ ଏନଏସି ଦାବି ନେଇ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଇଛି ବିଜେଡି। ବିଜେଡି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଆଜି ସକାଳ 6 ଘଟିକା ଠାରୁ ମଧ୍ୟାହ୍ନ 12 ଘଟିକା ପର୍ଯ୍ୟନ୍ତ ଖଇରା ବଜାର ବନ୍ଦ ଡାକରା ଦିଆଯାଇଛି । ଏଥିରେ ବିଭିନ୍ନ ପଂଚାୟତର ଲୋକ ପ୍ରତିନିଧି ସମେତ ଅଂଚଳବାସି ମାନେ ଉପସ୍ଥିତ ଥିଲେ l ଆଗାମୀ ଦିନରେ ଯଦି ସରକାର ଦାବି ପୂରଣ ନକରନ୍ତି ବିଜେଡି ରାଜରାସ୍ତାକୁ ଓଲ୍ହାଇବା ନେଇ ଚେତାବନୀ ଦେଇଛି ବିଜେଡି l ଖଇରା ବଜାରରୁ ଆନ୍ଦୋଳନ କାରିଙ୍କ ସହିତ ଅଧିକ ଆଲୋଚନା କରୁଛନ୍ତି ଆମ ପ୍ରତିନିଧି ତପୋଧନ ବାରିକ॥