ଗୁଗୁଲ୍ ସର୍ଚ୍ଚ କରି ଇଞ୍ଜେକସନ ଦେଲେ ଡାକ୍ତର, ୬ ମାସ ଶିଶୁର ଚାଲିଗଲା ଜୀବନ

ନବରଙ୍ଗପୁର: ଗୁଗୁଲରୁ ସର୍ଚ୍ଚ କରି ଇଞ୍ଜେକ୍ସନ ଲେଖିଲେ ଡାକ୍ତର, ୬ ମାସ ଶିଶୁର ଚାଲି ଗଲା ଜୀବନ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମେଡିକାଲରେ । ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନ୍‌ଲାଇନ୍‌ ସର୍ଚ୍ଚ କରି ଇଂଜେକସନ ଲେଖିବାରୁ ସେହି ଇଞ୍ଜେକସନ ନେଇ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ, ପାପଡାହାଣ୍ଡି ବ୍ଲକ ନୀଳାବତୀ ଗୁଡା ଗାଁର ପ୍ରଶାନ୍ତ ବିଶୋଇଙ୍କ ୬ମାସର ପୁଅ ଦେହ ଖରାପ ହେବାରୁ ଡାବୁଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଚିକିତ୍ସା ସମୟରେ ଡାକ୍ତର ସନଲପ ପଟ୍ଟନାୟକ ଶିଶୁକୁ ଚିକିତ୍ସା କରିବା ନେଇ ଫୋନରେ ଗୁଗଲ୍ ସର୍ଚ୍ଚ କରି ଇଂଜେକସନ ଲେଖିଥିଲେ ଓ ଡ୍ୟୁଟିରେ ଥିବା ନର୍ସଙ୍କୁ ଶିଶୁକୁ ଇଂଜେକସନ ଦେବା ପାଇଁ କହିଥିଲେ ।

ଇଂଜେକସନ ଦେବାର କିଛି ସମୟ ପରେ ଶିଶୁଟିର ଜୀବନ ଚାଲି ଯାଇଥିଲା । ଶିଶୁର ମୃତ୍ୟୁ ପରେ ଡାକ୍ତର ସନଲପ କୁଆଡେ ପଳାଇଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଯୋଗାଯୋଗ ହୋଇପାରିନଥିବା ସୂଚନା ରହିଛି ।

Leave a Reply