spot_img

Latest Posts

ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ୬ରୁ ୭ଜଣ ଯାତ୍ରୀ ଆହତ

ମୟୂରଭଞ୍ଜ : ବାରିପଦା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଗ୍ଧା କଲେଜ ଛକ ଅନତି ଦୂରରେ ଏକ ଘରୋଇ ଯାତ୍ରୀବାହୀ ବସ ବୁଧବାର ମଧ୍ୟାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ 6ରୁ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି l ସୂଚନା ମୁତାବକ ଓଆର-୧୧କେ- ୩୪୫୧ନମ୍ବର ବିଶିଷ୍ଟ ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ ରାସଗୋବିନ୍ଦପୁର ଷ୍ଟେସନ ଅମର୍ଦାରୁ ଦାନ୍ତିଆମୁହାଁ ହୋଇ ବାରିପଦା ଯାଉଥିଲା l ତେବେ ରାଗ୍ଧା କଲେଜଛକରୁ ବସ ଛାଡିବାର ଅନତି ଦୂରରେ କୌଣସି କାରଣରୁ ବସ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ଭାରସାମ୍ୟ ହରାଇ ବସଟି ୧୮ନଂ ଜାତୀୟରାଜପଥରୁ ପ୍ରାୟ ୭୦ଫୁଟ ତଳକୁ ଖସି ଏକ ପାଣି ନାଳ ଭିତରେ ପଶି ଅଟକି ଯାଇଥିଲା l ଦୁର୍ଘଟଣା ୬ରୁ ୭ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ପାରିଆକୁଲି ଗ୍ରାମର ଠାକୁରାମ ଟୁଡୁଙ୍କ ପୁଅ ପିତାମ୍ବର ଟୁଡୁଙ୍କ ଛାତିରେ ଜୋର ଆଘାତ ଲାଗିଥିବାରୁ ସେ ଗୁରୁତର ଥିବା ଜଣାଯାଇଛି l

ତେବେ ଏହି ଦୁର୍ଘଟଣାରେ ଅନ୍ୟ ଗୁରୁତରଙ୍କର ପରିଚୟ ମିଳିପାରିନାହିଁ l ସମସ୍ତ ଆହତ ଏବଂ ଗୁରୁତରଙ୍କୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି l ତେବେ ଚାଳକଙ୍କୁ ବାରମ୍ବାର ଛିଙ୍କ ଆସିବାରୁ ଏଭଳି ଦୁର୍ଘଟଣା ଘଟିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀ ସୂଚନା ଦେଇଛନ୍ତି l ଦୁର୍ଘଟଣାଗ୍ରସ୍ତ ଓଆର -୧୧କେ -୩୪୫୧ନମ୍ବର ବିଶିଷ୍ଟ ଘରୋଇ ଯାତ୍ରୀବାହୀ ବସଟି ସଞ୍ଜିତ କୁମାର ବେହେରାଙ୍କ ନାମରେ ପଞ୍ଜୀକୃତ ଥିବା ଜଣାଯାଇଛି l ବେତନଟୀ ପୁଲିସ ଉଦ୍ଧାରକାର୍ଯ୍ୟ ସହିତ ତଦନ୍ତ ଜାରି ରଖିଛି l ଦୁର୍ଘଟଣା ପରେ ଚାଳକ ଫେରାର ଥିବା ଜଣାଯାଇଛି ।

Latest Posts

Don't Miss