ଶିଳ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ନାମରେ ୬୦ କୋଟି ଟଙ୍କା ଠକେଇ ଅଭିଯୋଗ

1 min read

ବଲିଉଡ ଅଭିନେତ୍ରୀ ଶିଳ୍ପ ଶେଟ୍ଟୀ ଓ ତାଙ୍କ ବିଜିନେସମ୍ୟାନ ପତି ରାଜ କୁନ୍ଦ୍ରାଙ୍କ ନାମରେ ୬୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି । ଷଡ଼ଯନ୍ତ୍ର କରି ଏହି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ମୁମ୍ବାଇର ଜଣେ ବ୍ୟବସାୟୀ । ସେଲିବ୍ରେଟୀ ଦମ୍ପତିଙ୍କର ବନ୍ଦ ହୋଇଯାଇଥିବା ଓ୍ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିମିଟେଡରେ ନିବେଶ ସହ ଏହି ମାମଲା ଜଡ଼ିତ ରହିଛି । ବିଜିନେସମ୍ୟାନ ଦୀପକ କୋଠାରୀ ଏହି ଅଭିଯୋଗ ଆଣିଛନ୍ତି । କାରବାର ବଢ଼ାଇବା ପାଇଁ ୨୦୧୫-୨୦୨୩ ପାଖାପାଖି ସମୟରେ ବ୍ୟବସାୟୀ ଜଣଙ୍କ ଦମ୍ପତିଙ୍କୁ ୬୦.୪୮ କୋଟି ଟଙ୍କା ଦେଇଥିଲେ । ମାତ୍ର ସେମାନେ ତାହାକୁ ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଇ ଦେଇଥିବା ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିଛନ୍ତି ।

୨୦୧୫ରେ ଜଣେ ଏଜେଣ୍ଟ ରାଜେଶ ଆର୍ଯ୍ୟଙ୍କ ମାଧ୍ୟମରେ ଦୀପକ ଦମ୍ପତିଙ୍କ ସମ୍ପର୍କରେ ଆସିଥିଲେ । ଏକ ଅନଲାଇନ୍ ଶପିଂ ପ୍ଲାଟଫର୍ମ, ଓ୍ବେଷ୍ଟ ଡିଲ ଟିଭିର ନିର୍ଦ୍ଦେଶକ ଥିଲେ ଏହି ଦମ୍ପତି । ସେହି ସମୟରେ କମ୍ପାନୀରେ ଶିଳ୍ପାଙ୍କର ୮୭ ପ୍ରତିଶତ ଶେୟାର ରହିଥିଲା । ୬୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବା ସହ ୩.୧୯ ଲକ୍ଷ ଟଙ୍କାର ଷ୍ଟାମ୍ପ ଚାର୍ଜ ମଧ୍ୟ ଦେଇଥିଲେ ଦୀପକ । ପରର୍ବତ୍ତୀ ସମୟରେ ଦୀପକ ବାରମ୍ବାର ନିଜର ଟଙ୍କା ମାଗିଥିଲେ ମଧ୍ୟ ଦମ୍ପତି ତାହାକୁ ଧ୍ୟାନ ଦେଇନଥିଲେ । ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ରଚାଯାଇ ଦମ୍ପତି ଅର୍ଥ ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି ଦୀପକ ।