ରେଳ ବିଭାଗରେ ନିଯୁକ୍ତି ସୁଯୋଗ: ୬୧୮୦ ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
1 min read
ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଭାରତୀୟ ରେଳ ବିଭାଗ ତରଫରୁ ୬୧୮୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଟେକ୍ନିସିଆନ ଗ୍ରେଡ-୧, ଗ୍ରେଡ-୩ରେ ୫୧ଟି କ୍ୟାଟେଗୋରୀରେ ପଦବୀ ପୂରଣ ହେବ । ସାରା ଦେଶର ବିଭିନ୍ନ ରେଲେଓ୍ବ ଜୋନରେ ପ୍ରାର୍ଥୀମାନେ ନିଯୁକ୍ତି ପାଇପାରିବେ ।
ଜୁନ୍ ମାସ ୨୮ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ମାସ ୨୮ ତାରିଖରେ ତାହା ସମାପ୍ତ ହେବ । ଟେକ୍ନିସିଆନ ଗ୍ରେଡ-୧ ପାଇଁ ବୟସ ଯୋଗ୍ୟତା ୧୮ରୁ ୩୩ ବର୍ଷ ରହିଥିବା ବେଳେ ଟେକ୍ନିସିଆନ ଗ୍ରେଡ-୩ ପାଇଁ ବୟସ ଯୋଗ୍ୟତା ୧୮ରୁ ୩୦ ବର୍ଷ ମଧ୍ୟରେ ରହିଛି । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ବି.ଏସସି, ଡିପ୍ଲୋମା (ପ୍ରାସଙ୍ଗିକ କ୍ଷେତ୍ରରେ) ରହିଛି । ବିଭିନ୍ନ ରେଲଓ୍ବେ ଜୋନ ପାଇଁ ପଦବୀ ସଂଖ୍ୟା ଅଲଗା ଅଲଗା ରହିଛି । ଇଷ୍ଟ କୋଷ୍ଟ ରେଲଓ୍ବେ ପାଇଁ ୭୯ଟି ପଦ ସଂରକ୍ଷିତ ରହିଛି ।
ନୋଟିଫିକେସନ ଲିଙ୍କ: https://img2.freejobalert.com/news/2025/06/120358-684a4dc2cbfcf82134794.pdf
ଅନଲାଇନ୍ ଆବେଦନ ଲିଙ୍କ: https://www.rrbapply.gov.in/#/auth/home