ଶ୍ରୀ କ୍ଷେତ୍ରରେ ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହେଲା ୬୭୫ ପ୍ରକାର ବ୍ୟଞ୍ଜନ

President Ramnath Kovind Puri Visits, Here Breakfast To Dinner Food List

ପୁରୀ: ଆଜି ହେଉଛି ବ୍ୟଞ୍ଜନ ଦ୍ୱାଦଶୀ । ଆଜିର ଦିବସରେ ଯଶୋଦା ମାଆ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି । ଏହାକୁ କେନ୍ଦ୍ର କରି ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମ ଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଉଥିବା ବେଳେ ପ୍ରାୟ ୬୭୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି ।

ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣଙ୍କ ବିଶେଷ ନୀତି ଥିବାବେଳେ ଆଜି ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବାର ପ୍ରଥା ରହିଛି । ଦ୍ୱାପର ଯୁଗରେ ମା ଯଶୋଦା କୃଷ୍ଣଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେବାର କିମ୍ବଦନ୍ତୀ ଅଛି । ସେହି ପରମ୍ପରାକୁ ପାଳନ କରିବାକୁ ଯାଇ କୃଷ୍ଣ ଭକ୍ତ ମାନେ ଆଜିର ଦିନରେ ବିଶେଷ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରିଥାନ୍ତି । ପୁରୀରେ ଥିବା ଗୌରବିହାର ଆଶ୍ରମରେ ଏହି ବ୍ୟଞ୍ଜନ ସବୁ ପ୍ରାୟ ୫୦ରୁ ଉର୍ଦ୍ଧ  ପାଚକ ପାଚିକାଙ୍କ ସହାୟତାରେ ମହନ୍ତ ସୁବଳ ମହାରାଜଙ୍କ ତତ୍ତ୍ୱାବଧାନରେ ୬୭୫ ପ୍ରକାରର  ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏଥିରେ ବିଭିନ୍ନ ପ୍ରକାରର ଚଟଣି, ଅର୍ଣ୍ଣ, ଶତାଧିକ ପ୍ରକାରର ତରକାରୀ, ପାମ୍ପଡ଼, ରାଇତା ସହ କ୍ଷୀରି ଆଦି ଭୋଗ ପ୍ରସ୍ତୁତ ହୋଇଥିଲା ।

ସ୍ୱତନ୍ତ୍ର ଖଲି ପତ୍ରରେ ଏହି ବ୍ୟଞ୍ଜନ ସବୁକୁ ପରସା ଯାଇଥିଲା । ଭକ୍ତମାନେ ଏତେପ୍ରକାରର  ପ୍ରସାଦ  ସେବନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟମନେ କରିଥିଲେ । ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ପୁରୀ ଗୌରବିହାର ଆଶ୍ରମ ବେଶ ଚଳଚଂଚଳ ହୋଇ ପଡ଼ିଥିବା ବେଳେ ବେଶ କିଛି ବର୍ଷ ଧରି ଆଶ୍ରମ ପକ୍ଷରୁ ଏହି ଦିବସ ଟିକୁ ପାଳନ କରାଯାଉଥିବା ଜଣା ପଡିଛି ।

Leave a Reply