ସକାଳର ଏହିସବୁ ଅଭ୍ୟାସ ଆପଣଙ୍କ ଓଜନ ବଢିପାଇଁ ଦାୟୀ

ମୋଟାପଣ ଆଜିକାଲି ପିଢିର ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ତେଣୁ ସମସ୍ତେ ଓଜନ ହ୍ରାସ କରିବାର ନୂଆ ନୂଆ ଫର୍ମୁଲା ଆପଣାଇବାରେ ଲାଗିଛନ୍ତି । ଏସବୁ ମଧ୍ୟରେ କିଛି ଏମିତି ଜିନିଷ ଅଛି ଯାହା ଦ୍ୱାରା ଆପଣ ସହଜରେ ଓଜନ କମାଇବାରେ ସକ୍ଷମ ହୋଇପାରିବେ । ବ୍ୟକ୍ତିର ପ୍ରତି ଛୋଟ ଛୋଟ ଅଭ୍ୟାସ ଓଜନ ହ୍ରାସ ଏବଂ ବୃଦ୍ଧି ପାଇଁ ଦାୟୀ । ଓଜନ ହ୍ରାସ ପାଇଁ ସକାଳର କାର୍ଯ୍ୟ ସୂଚୀ ଅଧିକ ଦାୟୀ । ଯେଉଁଥିପାଇଁ ଆପଣଙ୍କର ଓଜନ କେବଳ ଦ୍ରୁତ ଗତିରେ ବଢିନଥାଏ ବରଂ ଏହା ଆପଣଙ୍କୁ ରୋଗାଗ୍ରସ୍ତ ମଧ୍ୟ କରାଇଥାଏ । ସକାଳର ଅଭ୍ୟାସ ଏପରି ହେବା ଉଚିତ ଯେ, ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଓଜନ ବଢିବ ନାହିଁ ଏବଂ ଆପଣ ଦିନସାରା ସତେଜ ଅନୁଭବ କରିବେ । ତେବେ ଆସନ୍ତୁ ଜାଣିବା ସକାଳୁ ଏମିତି କେଉଁ ଅଭ୍ୟାସ ଆପଣଙ୍କ ଓଜନ ବଢାଇବାର ମୁଖ୍ୟକାରଣ ।

ସକାଳୁ ଉଠିବା ମାତ୍ରେ ପାଣି ନ ପିଇ ଚା କିମ୍ବା କଫି ପିଇବା । ଅଧିକାଂଶ ଲୋକ ରାତିରେ ପାଣି ପିଇ ଶୋଇଥା’ନ୍ତି ଏଭଳି ପରିସ୍ଥିତିରେ ସକାଳ ପର୍ଯ୍ୟନ୍ତ ଶରୀରରେ ଜଳର ଅଭାବ ରହିଥାଏ । ଏବଂ ଶରୀରରେ ପାନୀୟ ଜଳର ଦୀର୍ଘ ସମୟର ବ୍ୟବଧାନ ରହିଯାଇ ଥାଏ । କମ୍ ଶରୀରେ ପାଣିର ଅଭାବରୁ ଶରୀର ଡିହାଇଡ୍ରେଟ୍ ହୋଇଯାଏ ଏବଂ ହଜମ ପ୍ରକ୍ରିୟା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥାଏ । ଏଥିପାଇଁ ସକାଳୁ ଉଠି ପ୍ରଥମେ ହାଲୁକା ଗରମ ଲେମ୍ବୁ ପିଇବା ଜରୁରୀ ଅଟେ । ଏହାସହ ଆପଣ ଖାଲି ପାଣି ମଧ୍ୟ ପିଇ ପାରିବେ ।

ଯଦି ଆପଣ ଜଳଖିଆରେ ଫଳ ରସ ପିଇବାକୁ ପସନ୍ଦ କରନ୍ତି, ତେବେ ପ୍ୟାକେଟରେ ଥିବା ଫଳ ରସ ଆଦୌ ପିଅନ୍ତୁ ନାହିଁ । କାରଣ ଏହି ପ୍ୟାକେଟରେ ସୁଗାର ଅଂଶ ଅଧିକ ରହିଥାଏ । ଏହା ବ୍ୟତୀତ ଆପଣ ଜଳଖିଆରେ ତାଜା ଫଳ ରସ ଘରେ ପ୍ରସ୍ତୁତ କରି ପିଇ ପାରିବେ  କିନ୍ତୁ ବିନା ଚିନିରେ ।

ଯଦି ଆପଣ ଜଳଖିଆ ଖାଉଛନ୍ତି ତେବେ ଏଥିରେ ଚଞ୍ଚଳତା ନକରି ଖାଦ୍ୟକୁ ଚୋବାଇ ଚୋବାଇ ଖାଆନ୍ତୁ । କାରଣ ଏହାଦ୍ୱାରା ଖାଦ୍ୟ ହଜରେ ହଜମ ହୋଇପାରିବ । ଏବଂ ଶରୀକୁ ପୂର୍ଣ୍ଣ ପୁଷ୍ଟିକର ମିଳିଥାଏ ।

ବ୍ୟବସ୍ତବହୁଳ ଜୀବନରେ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ସକାଳ ଜଳଖିଆ ନକରି ଘରୁ ବାହାରି ଯାଆନ୍ତି । ଏହାଦ୍ୱାରା ମେଟାବୋଲିଜିମ୍ ମନ୍ଥନ ଧିର ହୋଇଯାଏ । ରାତ୍ରୀ ଭୋଜନ ପରେ, ସକାଳର ଜଳଖିଆ ପର୍ଯ୍ୟନ୍ତ ଏକ ଲମ୍ବା ବ୍ୟବଧାନ ସୃଷ୍ଟି ହୁଏ, ଯେଉଁଥିପାଇଁ ପେଟ ଖାଲି । ତେଣୁ, ସକାଳେ ସୁସ୍ଥ ଏବଂ ଅଧିକ ଜଳଖିଆ ଖାଇବା ଆବଶ୍ୟକ ।

କିଛି ଲୋକ ଘରେ ଜଳଖିଆରେ ତିଆରି ନକରିପାରୁ ଅନେକ ଜଙ୍କ ଫୁଡ୍ କିମ୍ବା ଫାଷ୍ଟଫୁଡ୍ ଖାଇଥା’ନ୍ତି । ଏହା କରିବା ଠିକ୍ ନୁହେଁ । ଏହା ପେଟରେ ସମସ୍ୟା ସୃଷ୍ଟି କରିପାରେ । ଏହା ଆପଣଙ୍କୁ ଗମ୍ଭୀର ରୋଗରେ ପକାଇଥାଏ ।

ଭୋକରେ ରହିଲେ ମୋଟାପଣ ବଢିବାର ସମ୍ଭାବନା ଥାଏ । ଯଥାସମ୍ଭବ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଯଦି ଆପଣ ଅଧିକ କ୍ୟାଲୋରୀ ଗ୍ରହଣ କରିଛନ୍ତି ତେବେ ଆପଣ ସ୍ପିଡ୍ ଚାଲିବା, ଜଗିଂ କିମ୍ବା କିଛି ବ୍ୟାୟାମ କରିବା ଆବଶ୍ୟକ । ସକାଳେ ଉଠିବା ପରେ ମଧ୍ୟ ଦୀର୍ଘ ସମୟ ଶଯ୍ୟାରେ ଶୋଇ ରହିବା ଏକ ଖରାପ ଅଭ୍ୟାସ । ଏହା ଶରୀରର ଶକ୍ତି ହ୍ରାସ କରିଥାଏ ଏବଂ ଆପଣଙ୍କୁ ଦିନସାରା କ୍ଳାନ୍ତ ଅନୁଭବ କରିଥାଏ ।

Leave a Reply