spot_img

Latest Posts

ଜେଲରେ କରୋନା ସଂକ୍ରମଣ ଭୟ: ବିଚାରଧୀନ କଏଦୀଙ୍କୁ ମିଳିବ ଜାମିନ, ବଢ଼ିବ ପାରୋଲ ସମୟ

ଭୁବନେଶ୍ୱର: କରୋନା ସଂକ୍ରମଣ ଭୟରେ ଜେଲରେ ଥିବା କଏଦୀଙ୍କ ଭିଡ଼ କମାଯିବ । ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଆଇନ ସେବା ପ୍ରାଧିକରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜେଲ କଏଦୀଙ୍କ ସ୍ୱାସ୍ଥ୍ୟ ଏବଂ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ କଏଦୀଙ୍କ ପାରୋଲ୍‌ ଅବଧି ବୃଦ୍ଧି କରାଯିବା ସହ କିଛି ବିଚାରଧୀନ କଏଦୀଙ୍କୁ ଜାମିନ ପ୍ରଦାନ କରାଯିବ।

ସ୍ୱତନ୍ତ୍ର ପାରୋଲ୍‌ରେ ପଠାଯିବ ୬୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ କଏଦୀଙ୍କୁ। ଏହି କ୍ରମରେ ମାମଲା ଅପେକ୍ଷାରେ ନଥିବା ଏବଂ ୭ ବର୍ଷ ଦଣ୍ଡ ଭୋଗି ସାରିଥିବା କଏଦୀଙ୍କୁ ପାରୋଲରେ ପଠାଯିବ । ଦୋଷୀ ସାବ୍ୟସ୍ତ ହୋଇ ପାରୋଲରେ ଯାଇଥିବା କଏଦୀଙ୍କ ଅବଧି ବୃଦ୍ଧି କରାଯିବ। କଏଦୀଙ୍କୁ ଚିହ୍ନଟ କରି କମିଟିକୁ ଅବଗତ କରିବେ ଜେଲ୍‌ ଡିଜି । ଏଥିସହିତ ପ୍ରଥମ ପାରୋଲ୍‌ରୁ ନିର୍ଦ୍ଧାରିତ ସମୟରେ ଫେରିଥିବା କଏଦୀଙ୍କୁ ସ୍ୱତନ୍ତ୍ର ପରୋଲ ପ୍ରଦାନ କରାଯିବ। ୬୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ କଏଦୀଙ୍କୁ ସ୍ୱତନ୍ତ୍ର ପାରୋଲ୍‌ ପ୍ରଦାନ କରାଯିବ । ତେବେ ଧର୍ଷଣ, ଏସିଡ୍‌ ଆକ୍ରମଣ, ଜାଲ ନୋଟ କାରବାର, ପସ୍କୋ ଆଇନରେ ଗିରଫ ଅଭିଯ଼ୁକ୍ତଙ୍କୁ ମିଳିବନି ଜାମିନ କି ପାରୋଲ୍‌ । ତେବେ ଏସବୁ ମାମଲାରେ ସମ୍ପୃକ୍ତ ଅପରାଧୀ ଯଦି ୭୦ ବର୍ଷରୁ ଅଧିକ ବୟସର ହୋଇଥିବେ ତେବେ ତାଙ୍କୁ ସ୍ୱତନ୍ତ୍ର ପାରୋଲ ଦେବା ନେଇ କର୍ତ୍ତୃପକ୍ଷ ବିଚାର କରିପାରନ୍ତି ।

ରାଜ୍ୟର ୮୭ଟି ଜେଲରେ ୧୭୨୭ ଜଣ ବିଚାରଧିନ କଏଦୀ ଅଛନ୍ତି । ଯେଉଁମାନେ ୭ ବର୍ଷ ଜେଲ ଦଣ୍ଡ ଭୋଗି ସାରିଲେଣି । ସେମାନଙ୍କୁ ସ୍ୱତନ୍ତ୍ର ପାରୋଲ୍‌ କିମ୍ବା ଜାମିନ ଦେବା ନେଇ କମିଟି ବିଚାର କରିବ। ଜିଲ୍ଲା ଲିଗାଲ୍‌ ସେଲ ପ୍ରାଧିକରଣକୁ ଓକିଲ ପ୍ୟାନେଲ ଏବଂ ଜେଲ ଲିଗାଲ୍‌ କ୍ଲିନିକ ଏ ଦିଗରେ ସହଯୋଗ ପ୍ରଦାନ କରିବେ । ଏଥିସହିତ ବିଚାରଧିନ କଏଦୀଙ୍କ ପାଇଁ ରିମାଣ୍ଡ ଓକିଲଙ୍କ ଜରିଆରେ ମଧ୍ୟବର୍ତ୍ତିକାଳିନ ଜାମିନ ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଅସୁସ୍ଥ ଥିବା ବିଚାରଧିନ କଏଦୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି।

ସେହିଭଳି ଜେଲରେ ଥିବା କଏଦୀଙ୍କୁ ନିଜ ପରିବାର ସହ ଭିଡିଓ କନଫରେନସିଂ ବା ଇ-ମୁଲାକାତ ଜରିଆରେ କଥା ହେବାର ସୁଯ଼ୋଗ ମଧ୍ୟ ଦିଆଯିବ

Latest Posts

Don't Miss