ନନ୍ଦିଘୋଷ ବ୍ୟୁରୋ : ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର। ଭତ୍ତା ଟଙ୍କା ପାଇଁ ଝୁଡ଼ିରେ ୩ କିଲୋମିଟର ବୁହା ହେଲେ ୭୦ ବର୍ଷର ବୃଦ୍ଧା। ଏ ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଉପରକୋଡିଙ୍ଗା ଗାଁରେ। ଚାଲିବାକୁ ଅକ୍ଷମ ଏହି ବୃଦ୍ଧାଙ୍କ ଆର୍ଥିକ ଅନଟନ ଏତେ ଯେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚିବାକୁ ଗାଡି ଖଣ୍ଡେ ଭଡ଼ା କରିବାକୁ ଅର୍ଥ ନାହିଁ। ତେଣୁ ସଂପର୍କୀୟମାନେ ତାଙ୍କୁ ଝୁଡ଼ିରେ ବୋହି ପଞ୍ଚାୟତ ଅଫିସକୁ ଆଣିଛନ୍ତି। ଶାରିରୀକ ଅକ୍ଷମ ଓ ବୃଦ୍ଧ ବୃଦ୍ଧାଙ୍କ ଘରକୁ ଯାଇ ଭତ୍ତା ଟଙ୍କା ଦେବାର ସରକାରୀ ବ୍ୟବସ୍ଥା ଥିଲେ ବି ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ବୃଦ୍ଧା ଜଣକ ଏଥିରୁ ବଞ୍ଚିତ। ଏ ସଂପର୍କରେ ସ୍ଥାନୀୟ ପିଇଓଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ କରି ଶୀଘ୍ର ତାଙ୍କୁ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ କିମ୍ବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ତାଙ୍କ ଘରକୁ ଯାଇ ନଗଦ ଅର୍ଥ ଭାବେ ଭତ୍ତା ଟଙ୍କା ଦିଆଯିବ।

