ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୭୦୦ ପୋଲିସ, ୨୦ ଘଣ୍ଟାରେ ମିଳିଲା ସଫଳତା

ଜୟପୁର: ପ୍ରଥମେ ଅପହରଣ, ପରେ ଦୁଷ୍କର୍ମ ଓ ହତ୍ୟା… ତାହା ପୁଣି ଜଣେ ୪ ବର୍ଷର କୋମଳ ମତି ଶିଶୁକନ୍ୟାକୁ । ଏହି ମାମଲା ସାମ୍ନାକୁ ଆସିବା ପରେ ରାଜସ୍ଥାନର ଜୟପୁର ସ୍ଥିତ ନରେନା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ଅପରାଧର ଖବର ବ୍ୟାପିବାପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି ବଢ଼ିବାରେ ଲାଗିଲା । ତେବେ ଜୟପୁର ଗ୍ରାମୀଣ ପୋଲିସର ସଫଳ କାର୍ଯ୍ୟାନୁଷ୍ଠାନ ବଳରେ ଅଭିଯୁକ୍ତ ସୁରେଶ ବଲାଇକୁ ଗିରଫ କରିଛି ପୋଲିସ । ୭୦୦ ରୁ ଅଧିକ ପୋଲିସ ମାତ୍ର ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ କଡା ପରିଶ୍ରମ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ସଫଳତା ପରେ ଜୟପୁର ପୋଲିସକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି ।

ପୋଲିସ ସୂଚନା ଅନୁସାରେ, ଜୟପୁର ଗ୍ରାମୀଣ ଥାନା ନରେନାରେ ୪ ବର୍ଷର ଶିଶୁକୁ ନିଜ ଘର ଆଗଣାରୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ମାମଲା ସାମନାକୁ ଆସିଥିଲା । ନରେନା ଓ ଏହାର ଆଖପାଖ ଲୋକ ଘଟଣା ପରେ ଅଭିଯୁକ୍ତଭକୁ  ଗିରଫ କରିବା ନେଇ ନରେନା ସିଏଚସି ଉପରେ କାଲି ରାତିରୁ ଧାରଣା ପ୍ରଦର୍ଶନ କରୁଥିଲେ । ଘଟଣାର ଗମ୍ଭୀରତାକୁ ଦେଖି ଜୟପୁର ଗ୍ରାମୀଣ ଏସପି ଅନେକ ଟିମ୍ ଗଠିନ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହାପରେ ଅଭିଯୁକ୍ତ ସୁରେଶ ବଲାଇ ୨୪ ଘଣ୍ଟାରକୁ କମ ସମୟ ମଧ୍ୟରେ ଧରାପଡିଛି ।

୧୨ ଅଗଷ୍ଟରେ ଝିଅଟିର ବାପା ଅପହରଣ ଘଟଣା ନେଇ ନରେନା ଥାନାରେ ମାମଲା ରୁଜୁ କରିଥିଲେ । ଏହାପରେ  ପୋଖରୀରେ ଏକ ଶିଶୁର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ ଗାଁ ଲୋକଙ୍କ ଦ୍ୱାରା ମଧ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ଧାରଣା ପ୍ରଦର୍ଶନ କରାଯାଇଥିଲା । ମୃତ ବାଳିକାର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଦୁଷ୍କର୍ମ ଓ ହତ୍ୟା ମାମଲାର ଖୁଲାସା ହୋଇଥିଲା । ମାମଲାର ଗମ୍ଭୀରତାକୁ ଦେଖି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜୟପୁର ଗ୍ରାମୀଣ ଏସପି ପୋଲିସ ଅଧିକାରୀଙ୍କ ଟିମ୍ ଗଠନ କରିଥିଲେ । ପୋଲିସ ଟିମ୍ ସାଇବାର ଟେକ୍ନୋଲୋଜି ଓ ପାରମ୍ପାରିକ୍ ପୋଲିସ ଉନ୍ନତିର ଉପଯୋଗ  କରି ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ସୁରେଶ କୁମାର ବଲାଇକୁ ଗିରଫ କରିଥିଲା ।

Leave a Reply