୭୨ ଘଣ୍ଟା ବିତିଲା : ମିଳୁନି ଯୁବ ଇଞ୍ଜିନିଅରଙ୍କ ପତ୍ତା

1 min read

କୋରାପୁଟ : କୋରାପୁଟ ଡୁଡୁମା ଜଳପ୍ରପାତରେ ଯୁବ ଇଞ୍ଜିନିଅର ନିଖୋଜ ଘଟଣାକୁ ୭୨ ଘଣ୍ଟା ବିତିଲା। ତଥାପି ତାଙ୍କର ମିଳୁନି ପତ୍ତା। ନିଖୋଜ ଅନିମେଷ ଦାସଙ୍କୁ ଉଦ୍ଧାର ପାଇଁ ଜିଲ୍ଲାପ୍ରଶାସନ ମାଛକୁଣ୍ଡ ଜାଳବିଦ୍ୟୁତ କେନ୍ଦ୍ରର ୬ ଓ ୭ ନମ୍ବର ଗେଟ ଖୋଲି ଦୁଇ ହଜାର କ୍ୟୁସେକ ପାଣି ଛାଡିଛନ୍ତି l ଡୁଡୁମା ଜଳପ୍ରପାତରେ ଜଳସ୍ତର କମିଲେ ଉଦ୍ଧାର ସମ୍ଭବ ହେବ ବୋଲି ଆଶା କରାଯାଉଛି। ଘଟଣାସ୍ଥଳରେ ଲମତାପୁଟ ତହସିଲଦାର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଅଛନ୍ତି। ଗତ ରଜଛୁଟିରେ ସେ କୋରାପୁଟ ବୁଲିବା ସକାଶେ ଆସିଥିଲେ l କୋରାପୁଟର ବିଭନ୍ନ ଜାଗା ବୁଲିବା ପରେ ଅନିମେଷ ବଡ଼ ଭାଇ ଏବଂ ଭାଉଜ, ପୁତୁରାଙ୍କୁ ନେଇ କୋରାପୁଟ ଜିଲ୍ଲା ଡୁଡୁମା ଜଳପ୍ରପାତ ବୁଲିବା ପାଇଁ ଆସିଥିଲେ l ତେବେ ସେଠାରେ ତାଙ୍କ ପତ୍ତା ମିଳି ନଥିଲା। ଉଦ୍ଧାର ପାଇଁ ଲମତାପୁଟ ଅଗ୍ନିଶମ ବାହିନୀ ନିୟୋଜିତ ରହିଥିଲେ।