ଭୁବନେଶ୍ୱରରେ ବ୍ୟାଙ୍କକ୍ ମାହୋଲ, ସ୍ମାର୍ଟ ହେଉଛନ୍ତି ଦେହ ଦଲାଲ୍

ଭୁବନେଶ୍ୱର: ରାଜଧାନୀରେ ବ୍ୟାଙ୍କକ୍ ମାହୋଲ  । ବଡି ମସାଜ ସାଙ୍ଗକୁ ସେକ୍ସର ମଜ୍ଜା  । ଟାଇମ ପାସ ପାଇଁ ପେଡ ଗାର୍ଲଫ୍ରେଣ୍ଡ  ।  ଭୁବନେଶ୍ବର ସିଟି ସ୍ମାର୍ଟ ହେଉଛି, ଦେହ ଦଲାଲ ବି ସ୍ମାଟ ହେଉଛନ୍ତି । ନିଜ ବ୍ୟବସାୟ ପାଇଁ ଆପଣାଉଛନ୍ତି ନୂଆ ତରିକା । ଅନଲାଇନ ମାଧ୍ୟମରେ ଏବେ ଚାଲୁଛି ବେପାର । ଓ୍ବେବସାଇଟ ଜରିଆରେ ହେଉଛି ସେକ୍ସ ଡିଲ । ବିଗତ ୬ ବର୍ଷରେ ରାଜଧାନୀରେ ୭୭ ସେକ୍ସ ରାକେଟ ଠାବ ହୋଇଛି । ୨୫୪ ଜଣ ଗରାଖ ଓ ମାଲିକଙ୍କୁ ଗିରଫ କରାଯାଇଥିବା ବେଳେ ୨୦୭ ରୂପଜୀବୀଙ୍କୁ ସର୍ଟ ଷ୍ଟେହୋମ କୁ ପଠାଯାଇଛି ।

ସେପଟେ ଦେହଜୀବୀକୁ ଧରି ପୋଲିସ ଛାତି କୁଣ୍ଢେମୋଟ କରି ବୁଲୁଥିବା ବେଳେ ରାଣୀ ମହୁମାଛି ପାଖରେ କିନ୍ତୁ ପହଞ୍ଚି ପାରୁନାହିଁ । କୋଲକତାରୁ ସେକ୍ସ ଟ୍ରେଡ଼ କଣ୍ଟ୍ରୋଲ ହେଉଛି । ସହରର କିଛି ହୋଟେଲରେ ଲେଟ ନାଇଟ ପାର୍ଟି ଆଳରେ ଦେହର ଆସର ଜମୁଛି । ଭୁବନେଶ୍ୱର ସେକ୍ସ ସିଟି ପାଲଟି ଯାଇଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ । ୨୦୧୪ରୁ ୨୦୧୬ ମଧ୍ୟରେ କ୍ୟାପିଟାଲ ଥାନା ଅନ୍ତର୍ଗତ ନିର୍ମଳ ପ୍ୟାଲେସ,ଜନ୍ନତ ପ୍ୟାଲେସ, ଚନ୍ଦ୍ରଶେଖରପୁର ଥାନାର ମୈତ୍ରୀ ଗେଷ୍ଟ ହାଉସ, ଲକ୍ଷ୍ମୀସାଗର ଥାନା ଅଧିନ ଖୁସବୁ ବିଉଟି ପାର୍ଲର,ୱାନଷ୍ଟାର ବିୟୁଟି ପାର୍ଲର ଓ ବୃନ୍ଦାବନ ଏନକ୍ଲେବ୍ ପ୍ରମୁଖ ୧୨ ଟି ଘରକୁ ବେଶ୍ୟାଳୟ ଘୋଷଣା କରାଯାଇଥିଲା ।

ପରେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା ହେଭେନ୍ ଥାଇ ସ୍ପା ଓ ବାପୁଜିନଗର ରେ ଥିବା ‘ଏଚ୍‌ ଟୁ ସ୍ପା’ରେ ଛାପା ମାରି ପୋଲିସ କିଛି ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିଛି । ମାମଲାରେ ସମ୍ପୃକ୍ତ ଯୁବତୀଙ୍କ ଭିସା କୁ କଳା ତାଲିକା ଭୁକ୍ତ କରିବା ପାଇଁ ଗୃହ ବିଭାଗକୁ ଚିଠି ଲେଖିଥିଲା । କିନ୍ତୁ ଘରମାଲିକ ଅଧିକାଂଶ କ୍ଷେତ୍ରରେ ଶିଳ୍ପପତି, ପ୍ରତିପତ୍ତିଶାଳୀ ଓ ରାଜନେତା ହୋଇଥିବାରୁ ହାତବାନ୍ଧି ବସିପଡିଛି କମିଶନରେଟ ପୋଲିସ।

Leave a Reply