spot_img

Latest Posts

ଭୁଶୁଡିଲା ୨ ମହଲା କୋଠା: ୩ଜଣ ପିଲାଙ୍କ ସମେତ ୭ମୃତ

ଉତ୍ତରପ୍ରଦେଶ ଗୋଣ୍ଡାରେ ଅଭାବନୀୟ ଘଟଣା । ବିସ୍ଫୋରଣରେ  ଦୁଇ ମହଲା ବିଶିଷ୍ଟ କୋଠା ଭୁଶୁଡିଲା  ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ପୁରୁଷ, ୨ ମହିଳା ଓ ୩ଜଣ ଶିଶୁ ରହିଛନ୍ତି। ଘଟଣାରେ ପ୍ରାୟ ୧୪ ଜଣ ମାଟି ତଳଫସିରହିଥିଲେ । ତେବେ ଏମାନଙ୍କୁ ବହୁତ କଷ୍ଟରେ ବାହାର କରିଥିଲେ ଆଖପାଖର ଲୋକ । ଭଙ୍ଗା କୋଠା ତଳେ ଆହୁରି ବି କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି। ତେଣୁ ପୋଲିସ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ୱାଜିରଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଥିବା ଟିକ୍ରି ଠେଠରପୁର ଗାଁରେ ଘଟିଛି ଏହି ଅଘଟଣ । ଯେଉଁଠାରେ ଏକ ଘରେ ହଠାତ୍ ବିସ୍ଫୋରଣ ହୋଇଥିଲା । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି । ସର୍ଚ୍ଚ ଅପରେସନ ଜାରି ରଖିଛି ପୋଲିସ। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ଦେଇଛି ପୋଲିସ୍।

କୁହାଯାଉଛି ଯେ ଘର ମାଲିକ ପାଖରେ ବାଣ ତିଆରି କିରବାର ଲାଇସେନ୍ସ ଥିଲା। ଏଭଳି ପରିସ୍ଥିତିରେ ବିସ୍ଫୋରଣ କଣ ପାଇଁ ଘଟିଲା ତାର କାରଣ ଖୋଜୁଛି ପୋଲିସ।  ତେବେ ପ୍ରାଥମିକ ତଦନ୍ତରୁ ଏହା ସିଲିଣ୍ଡର ବିସ୍ଫୋରଣ ବୋଲି ପୋଲିସ ଅନୁମାନ କରୁଛି।

Latest Posts

Don't Miss