spot_img

Latest Posts

ମୃତକ ଏବଂ ଗୁରୁତରଙ୍କ ପରିବାରକୁ ନ୍ୟାୟ ଦାବିରେ ୮ ଘଣ୍ଟା ରାସ୍ତାରୋକ

ନନ୍ଦିଘୋଷ ବ୍ୟୁରୋ: ପୁଅକୁ ନ୍ୟାୟ ପ୍ରଦାନ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ।ଦୀର୍ଘ ୮ ଘଣ୍ଟା ଧରି ଅବରୋଧ କଲେ ରାସ୍ତା। କଳାହାଣ୍ଡି ଥୁଆମୂଳ ରାମପୁର ଅଂଚଳର ଏ ଘଟଣା। ବାଇକ୍ ଦୁର୍ଘଟଣାରେ ମୃତକ ଏବଂ ଗୁରୁତର ଯୁବକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଗତକାଲି ଦିନ ଗୋଟାଏରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥଲେ ଲୋକେ। ଫଳରେ ଥୁଆମୂଳ ରାମପୁର, ଭବାନୀପାଟଣା , କଲମପୁର, କାଶୀପୁରକୁ ଗାଡିମଟର ଯାତାୟାତ ଠପ୍ ହୋଇଯାଇଥିଲା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଦାବିରିଗୁଡା ଗାଁର ମଣ୍ଟୁ ନାଏକ ଏବଂ ଉମାଶଙ୍କର ନାଏକ ଓ ଡୁମେରପଦର ଗାଁର ଫିରୋଜ ନାଏକ ଏବଂ ଦୀପେନ୍ଦ୍ର ନାଏକ ଦୁଇ ବାଇକରେ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ଡୁମେରପଦର ଗାଁର ଫିରୋଜ ଡାକ୍ତରଖାନାରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟମାନେ ଆହତ ହୋଇଥିଲେ। ମୃତକ ଏବଂ ଆହତଙ୍କୁ କ୍ଷତିପୂରଣ ପ୍ରଦାନ ଦାବି କରି ରାସ୍ତାରୋକ କରିଥିଲେ। ପ୍ରଶାସନିକ ଅଧିକାରୀ ବୁଝାସୁଝା କରିବାକୁ ଆସିଥିବାବେଳେ ଘଟଣା ଉଗ୍ରରୂପ ନେଇଥିଲା। ଲୋକେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ l ଫଳରେ ଜଣେ ଏସଆଇ ଏବଂ ଜଣେ କନେଷ୍ଟବଳ ଆହତ ହୋଇଥିଲେ ।

Latest Posts

Don't Miss