ଗୋଆରେ କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ୮ ବିଧାୟକ

ପାଣାଜୀ: ଗୋଆରେ କଂଗ୍ରେସକୁ ବଡ଼ ଝଟକା । ବିଜେପିରେ ସାମିଲ ହେଲେ ଗୋଆର ୮ କଂଗ୍ରେସ ବିଧାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଓ ଗୋଆ କଂଗ୍ରେସ ବିଧାୟକ ଦଳ ନେତା ଥିବା ମାଇକେଲ ଲୋବୋ ମଧ୍ୟ ହାତ ଛାଡ଼ି ପଦ୍ମ ଧରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ କଂଗ୍ରେସ ବିଧାୟକମାନେ ପଦ୍ମ ଦଳରେ ସାମିଲ ହୋଇଛନ୍ତି ।

ଦିଗମ୍ବର କାମତ, ମାଇକେଲଙ୍କ ସହ ଦେଲିଲାହ ଲୋବୋ, ରାଜେଶ ଫାଲଦେଶାଇ, କେଦୋର ନାଏକ, ସଂକଳ୍ପ ଆମୋନକର, ଆଲେକ୍ସିଓ ସିକ୍ୱେରିଆ, ରୁଡୋଲଫ ପର୍ଣ୍ଣାଣ୍ଡିଜ୍ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ୧୧ଟି ଆସନ ଜିତିଥିଲା । ୮ ବିଧାୟକ ବିଜେପିରେ ସାମିଲ ହେବା ପରେ ଏବେ କଂଗ୍ରେସର ମାତ୍ର ୩ ଜଣ ବିଧାୟକ ରହିଛନ୍ତି ।