ମାୟାନଗରୀ ଉପରେ ମାଡ଼ିଯିବ ପାଣି, ୨୦୫୦ ମସିହା ବେଳକୁ ଜଳମଗ୍ନ ହେବ ମୁମ୍ବାଇ

ମୁମ୍ବାଇ: ବୁଡ଼ିଯିବ ଦେଶର ସର୍ବପୁରାତନ ସହର  । ମାୟାନଗରୀ ମୁମ୍ବାଇ ଉପରେ ମାଡ଼ିଯିବ ପାଣି  । ମାତ୍ର 29 ବର୍ଷ ପରେ ଅର୍ଥାତ ୨୦୫୦ ମସିହା ବେଳକୁ ଏହି ସହର ହେବ ଜଳମଗ୍ନ  ।  ସମୁଦ୍ର ଗର୍ଭରେ  ଲୀନ ହୋଇଯିବ ଦେଶର ବାଣିଜ୍ୟିକ କେନ୍ଦ୍ର  ।  ଏଭଳି ଏକ ଚାଞ୍ଚଳ୍ୟକର ଭବିଷ୍ୟବାଣୀ ଦେଇଛନ୍ତି ମୁମ୍ବାଇ ମହାନଗର ନିଗମ ଆୟୁକ୍ତ ଇକବାଲ ସିଂ ଚହଲ  । ୨୦୫୦ ମସିହା ବେଳକୁ ବ୍ୟବସାୟୀକ ପେଣ୍ଠସ୍ଥଳୀ ତଥା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ଜଳମୟ ହେବ  । କାରୋବାରେ ଜିଲ୍ଲା ନରୀମନ ପଏଣ୍ଟ,  ରାଜ୍ୟ ସଚ୍ଚିବାଳୟ ମନ୍ତ୍ରାଳୟ ସମେତ ଦକ୍ଷିଣ ମୁମ୍ବାଇ ଏକ ବଡ ଭୂଖଣ୍ଡ ଜଳ ଭାଗରେ ବିଲୀନ ହେବାକୁ ଯାଉଛି  ।

ବଢୁଥିବା ତାପମାତ୍ରା ଏବଂ ବଦଳୁଥିବା ଜଳବାୟୁ ହିଁ ଏହାର ପ୍ରମୁଖ କାରଣ ସାଜିଛି  । ଆଉ ଏହାର ସବୁ ପଛରେ ମାନବ ଜାତିର ବଡ଼ ହାତ ରହିଛି  । ପ୍ରକୃତି ପ୍ରତିଟି ମୂହୂର୍ତ୍ତରେ ଆମକୁ ଚେତାବନୀ ଦେଉଛୁ  । ତେଣୁ ବର୍ତ୍ତମାନ ସ୍ଥିତିରେ ଲୋକଙ୍କୁ ସଜାଗ ହେବାର ରହିଛି  । ଯଦି ଲୋକ ସଜାଗ ଏବଂ ସଚେତନ ନରହିବେ ତେବେ ପରିସ୍ଥିତି ଆଗାମୀ ଦିନରେ ଅତ୍ୟନ୍ତ ଭୟଙ୍କର ହେବାକୁ ଯାଉଛି  । ତେଣୁ ବେଳ ଥାଉଁ ସତର୍କ ହେବାର ସୁରାକ ଦେଇଛନ୍ତି ଇକବାଲ  । ସେ ଏକଥା ମଧ୍ୟ କହିଛନ୍ତି ଯେ, ଏ ଚେତାବନୀକୁ ବାକି ରହିଛି କେବଳ ୨୫ – ୩୦ ବର୍ଷ  । ଅର୍ଥାତ ୨୦୫୦ ମସିହା ଆଉ ବେଶି ଦୂର ନୁହେଁ  ।

ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା ମୁମ୍ବାଇ  ଦକ୍ଷିଣ ଏସିଆର ପ୍ରଥମ ସହର  । ତେଣୁ ଜଳବାୟୁ ପରିବର୍ତ୍ତନର ପ୍ରତିଟି ସ୍ଥିତି ଉପରେ ନଜର ରଖିଥାଏ ମୁମ୍ବାଇ  । ଏକଥା ମଧ୍ୟ ଜଣାପଡିଛି ଯେ, ୧୨୯ ବର୍ଷ ପରେ ପ୍ରଥମ ଥର ପାଇଁ ମୁମ୍ବାଇରେ ଏକ ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟା ସ୍ଥଳ ଭାଗ ଛୁଇଁଥିଲା  । 2020 ଜୁନ ମାସରେ ସ୍ଥଳଭାଗ ଅତିକ୍ରମ କରିଥିବା ବାତ୍ୟା ନିସର୍ଗ ମୁମ୍ବାଇ ସହରକୁ କ୍ଷତିଗ୍ରସ୍ତ କରିପକାଇଥିଲା  । ଏହାର ୧୫ ମାସ ପରେ ତିନିଟୋ ସାମୁଦ୍ରିକ ଝଡ଼ ଲଗାତର ମୁମ୍ବାଇ ଦେଖିଛି  । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୨୦ ଅଗଷ୍ଟ ୫ରେ ନରିମନ ପଏଣ୍ଟରେ ପାଖାପାଖି ୫ ଫୁଟରୁ ୬ ଫୁଟ ଉଚ୍ଚତାର ପାଣି ଦେଖିବାକୁ ମିଳିଥିଲା  । କିନ୍ତୁ ସେଦିନ କୌଣସି ବାତ୍ୟାର ସୁରକା ନଥିଲେ ମଧ୍ୟ ଏଭଳି ପ୍ରାକୃତିକ ବିପଦରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ  । ପରେ ସର୍ବେକ୍ଷଣରୁ ଜଣାପଡିଲା ଯେ, ଏହା ଥିଲା ସାମୁଦ୍ରିକ ଝଡ଼  ।

ତେଣୁ ମୁମ୍ବାଇରେ ଘଟୁଥିବା ଏଭଳି ଆକସ୍ମିକ ପ୍ରାକୃତିକ ଘଟଣା ଆଗାମୀ ଦିନରେ ବଡ ବିପଦକୁ ଆମନ୍ତ୍ରଣ କରୁଥିବା ଜଣାପଡିଛି  । କାରଣ ଆମେରିକା ଅନ୍ତରୀକ୍ଷ ଅନୁସନ୍ଧାନକାରୀ ସଂସ୍ଥା ନାସାର ସି ଲିଭେଲ ପ୍ରୋଜେକ୍ସନ୍ ଟୁଲ ମଧ୍ୟ କିଛି ଦିନ ତଳେ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲା  ।  ୭୯ ବର୍ଷ ପରେ… ଅର୍ଥାତ୍ ୨୧ ଶହ ମସିହା ଭାରତର ୧୨ ସମୁଦ୍ର କୂଳିଆ ସହର ୩ ଫୁଟ ପାଣି ଭିତରେ ଜଳ ସମାଧି ନେବ ବୋଲି ଚେତାବନୀ ଦେଇଥିଲା ନାସା । ଏହି ସହର ମାନଙ୍କ ଭିତରେ ରହିଥିବା ଓଡିଶାର ବନ୍ଦର ନଗରୀ ପାରାଦ୍ୱୀପ  ।  ବିଶ୍ୱ ତାପନ ବୃଦ୍ଧି ସହ ଉତ୍ତର ଓ ଦକ୍ଷିଣ ମେରୁରେ ଜମାଥିବା ବରଫ ତରଳିବା ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବ । ଏବଂ ଇଥିପାଇଁ ଭୟଙ୍କର ଜଳ ପ୍ରଳୟ ଆସିବ ବୋଲି ଆଶଙ୍କା କରିଥିଲା ନାସା  ।

 

 

Leave a Reply