ଫିନାଇଲ୍ ମିଶା ଡାଲି ଖାଇ ୧୬ ଜଣ ହଷ୍ଟେଲ ଛାତ୍ରୀ ଗୁରୁତର

9 Students Fell Ill After Taking Phenyl Mixed Dal In Baleswar

ବାଲେଶ୍ୱର: ହଷ୍ଟେଲରେ ଅଘଟଣ । ବାଲେଶ୍ବର ଜିଲ୍ଲା ରୂପ୍ସାରେ ଫିନାଇଲ୍ ମିଶା ଡାଲି ଖାଇ ୧୬ ଜଣ ଛାତ୍ରୀ ଗୁରୁତର ହୋଇ ପଡ଼ିଛନ୍ତି । ରୂପ୍ସା ଯୋଗେନ୍ଦ୍ର ରିଜିଓନାଲ୍ ହଷ୍ଟେଲରେ ଘଟିଛି ଏଭଳି ଅଘଟଣ । ଅସୁସ୍ଥ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରୂପ୍ସା ହସପିଟାଲରେ ଭର୍ତ୍ତି କରାଯାଇଛି ।

9 Students Fell Ill After Taking Phenyl Mixed Dal In Baleswar

ବାଲେଶ୍ୱର ଓ ରୂପ୍ସାରେ ଗୁରୁତର ଛାତ୍ରୀଙ୍କ ଚିକିତ୍ସା କରାଯାଉଛି । ରୋଷେଇ ସମୟରେ ଭୁଲବଶତଃ ଡାଲିରେ ଫିନାଇଲ୍ ପଡ଼ି ଯାଇଥିବା ସୂଚନା ଦେଇଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ । ଫିନାଇଲ୍ ମିଶା ଡାଲିକୁ ଖାଇ ଛାତ୍ରୀମାନେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଛନ୍ତି ।