ରାଜ୍ୟ ସରକାରଙ୍କ ଘୋଷଣା, ଫେବୃୟାରୀ ୮ରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢା

ଭୁବନେଶ୍ୱର: ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା । ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କୋଭିଡ ଭୟବହତା ଭିତରେ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିଲା ସମସ୍ତ ସ୍କୁଲ ଏବଂ କଲେଜ । ଏହାରି ଭିତରେ ଅନଲାଇନ ଶିକ୍ଷାଦାନ ଏବଂ ଦୂରଦର୍ଶନରେ ମଧ୍ୟ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ପରେ ବର୍ଷ ୨୦୨୧ ଆରମ୍ଭରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ପାଠ ପଢା ଆରମ୍ଭ କରାଯାଇଥିଲା ।

ଏହାପରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ କଲେଜ ଖୋଲିବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ଆଗକୁ ପରୀକ୍ଷା ଥିବାରୁ କମ ଦିନ ମଧ୍ୟରେ ବିଷୟ ସମାପ୍ତ କରିବା ସହ ପରୀକ୍ଷା ଦର୍ପଣ ଭଳି ଟେଷ୍ଟ ପେପର ମଧ୍ୟ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କୁ ମାଗଣା ଦେବର ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଥିବାବେଳେ ଫେବୃୟାରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ କରାଯିବାକୁ ଘୋଷଣା କରିଛନ୍ତି ସରକାର ।

Leave a Reply