spot_img

Latest Posts

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୩୪୯ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା । ଗତ ୨୪ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୪୯ ସଂକ୍ରମିତ । ଏବଂ ଚିହ୍ନଟ ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୧ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏବଂ ରାଜ୍ୟରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ମଙ୍ଗଳବାର ଦିନ ଚିହ୍ନଟ ହୋଇଥିବା ସଂକ୍ରମିତ ମଧ୍ୟରେ ସର୍ବାଧିକ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୬, ବାଲେଶ୍ୱରରୁ  ୨୩, ବରଗଡ଼ରୁ ୧୯, ଭଦ୍ରକରୁ ୫, ବଲାଙ୍ଗୀରରୁ ୬, ବୌଦ୍ଧରୁ ୪, କଟକରୁ ୨୨, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧୮, କଳାହାଣ୍ଡିରୁ ୧୯, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୪୪, କୋରାପୁଟରୁ ୧, ମାଲକାନଗିରିରୁ ୩, ନୂଆପଡ଼ାରୁ ୧୦, ପୁରୀରୁ ୨୨, ରାୟଗଡ଼ରୁ ୧, ସମ୍ବଲପୁରରୁ ୧୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୪୪ ଓ ଷ୍ଟେଟପୁଲରୁ ସମୁଦାୟ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩ ଥିବା ବେଳେ ସକ୍ରିୟ ମାମଲା ୩୬୨୯ ରହିଛି  । ଏବଂ ରାଜ୍ୟରେ ସୁସ୍ଥତା ହାର ୩ଲକ୍ଷ ୧୬ହଜାର ୪୪୭ରେ ପହଞ୍ଚିଛନ୍ତି । ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୧୭୮୭ରେ ପହଞ୍ଚିଛି ।

Latest Posts

Don't Miss